om academy

ନକଲି ସାର୍ଟିଫିକେଟ୍‌ ତିଆରି ଅଭିଯୋଗରେ ବନ୍ଧାହେଲେ ଯୁବକ

jsm

ପାରାଦୀପ : ନକଲି ସାର୍ଟିଫିକେଟ୍‌ ତିଆରି ଅଭିଯୋଗରେ ବନ୍ଧାହେଲେ ଯୁବକକୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗିରଫ ଯୁବକ ହେଲେ କାଳନ୍ଦୀ ତରାଇ । ତାଙ୍କ ଘର କୁଜଙ୍ଗ ବ୍ଲକ୍ ବଗଦିଆ ଗ୍ରାମର ବୋଲି ଜଣାପଡିଛି । କାଳନ୍ଦୀ ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର ଅଧିନରେ କାର୍ୟ୍ୟରତ ଏଲଆଣ୍ଡଟି କମ୍ପାନୀର କଲୋନୀ ଭିତରେ ଏକ ଦୋକାନରେ ନକଲି ମେଡିକାଲ ସାର୍ଟିଫିକେଟ୍ ଓ କ୍ୟାରେକ୍ଟର ସାର୍ଟିଫିକେଟ୍ ନକଲି କରୁଥିଲା ।
କୌଣସି ସୂତ୍ରରୁ ଖବର ପାଇ ଅଭୟଚାନ୍ଦପୁର ପୋଲିସ କଲୋନୀ ଭିତରେ ଥିବା ଦୋକାନ ଉପରେ ଚଢାଉ କରି କାଳନ୍ଦୀକୁ ଗିରଫ କରିବା ସହିତ ନକଲି ସାର୍ଟିଫିକେଟ୍ ତିଆରି କରିବା ପାଇଁ ବ୍ୟବହାର କରୁଥିବା ଗୋଟିଏ କମ୍ପ୍ୟୁଟର, ଦୁଇଟି ପ୍ରିଣ୍ଟର ଓ ଗୋଟିଏ ଲ୍ୟାପଟପ୍ ଜବତ କରିଛି । ତେବେ ସବୁଠାରୁ ବଡକଥା ହେଉଛି ଏଲଆଣ୍ଡଟି କମ୍ପାନୀର କଲୋନୀ ପରିସରରେ ଏଭଳି କାର୍ଯ୍ୟ ହୋଇ ଆସୁଥିବା କମ୍ପାନୀ କର୍ତ୍ତୃପକ୍ଷ ଜାଣି ପାରିନଥିବା ସାଧାରଣରେ ପ୍ରଶ୍ନବାଚୀ ସୄଷ୍ଟି କରିଛି ।

Leave A Reply

Your email address will not be published.