centurian jitm

ପାଟଣାଗଡ ଆଦର୍ଶ ବିଦ୍ୟାଳୟ ରାସ୍ତା ଅବସ୍ଥା ଶୋଚନୀୟ : ଜିଲ୍ଲାପାଳ ଦୃଷ୍ଟି ଦିଅନ୍ତୁ

nschool

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଠାରୁ ୧୫ କିଲୋମିଟର ଦୂର ଭଁଇଷା ଗାଆଁ ବାହାରୁ ପୁଣି ୩ କିଲୋମିଟର ଦୂରରେ ରହିଛି ପାଟଣାଗଡ ବ୍ଳକର ଗୋଟିଏ ମାତ୍ର ଆଦର୍ଶ ବିଦ୍ୟାଳୟ । ତେବେ ଭଁଇଷା ଗାଆଁ ବାହାରୁ ଆଦର୍ଶ ବିଦ୍ୟାଳୟ ଯାଏ ୩ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏହି ବିଦ୍ୟାଳୟରେପାଟଣାଗଡ ବ୍ଲକର ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି । ଏହା ରାଜ୍ୟ ସରକାରଙ୍‌ଙ୍କ ମଡେ଼ଲ୍‌ ସ୍କୁଲ ହୋଇଥିବା ସତ୍ୱେ ଏହି ସ୍କୁଲକୁ ଯିବାକୁ ପିଚୁ ରାସ୍ତା ନାହିଁ । ମାଟି ମୋରୁମର ରାସ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତା ମଝିରେ ଖାଲ ହୋଇ ପାଣି ଜମାହେଉଛି । ଯିବା ଆସିବା ବହୁତ ଅସୁବିଧା ହେଉଛି । ଆଗାମୀ ୨୬ ତାରିଖ ଦିନ ସ୍କୁଲ ଖୋଲୁଛି । ସେଥିରେ ବର୍ଷା ଦିନ । ଏଭଳି ରାସ୍ତା ଛୋଟ ଛୋଟ ଛୁଆ ମାନେ କେମିତି ସ୍କୁଲକୁ ଯିବେ, ଏହାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ମରାମତି କରିବା ଆଦେଶ ଦିଅନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.