oom

ରଜ ମହୋତ୍ସବ ପାଳିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଅହମ୍ମଦାବାଦ ପ୍ଳେନ୍ ଟ୍ରାଜେଡି ପାଇଁ କାର୍ଯ୍ୟକ୍ରମ ବାତିଲ

jsmm

ନୂଆଦିଲ୍ଲୀ : ରଜପର୍ବ ହେଉଛି ଓଡ଼ିଶାର ଏକ ପାରମ୍ପରିକ ପର୍ବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପରମ୍ପରାକୁ ଗତ ଦୁଇବର୍ଷ ହେଲା ରାଷ୍ଟ୍ରପତି ଭବନରେ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଥିଲେ । ଏଠାରେ ଦୋଳି, ଓଡ଼ିଶାର ବିଭିନ୍ନ ସୁସ୍ୱାଦୁ ପିଠା ଓ ଅନ୍ୟ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରାଯାଉଥିଲା । ଅନେକ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଏହି ଅବସରରେ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରିତ କରାଯାଉଥିଲା । କିନ୍ତୁ ଚଳିତବର୍ଷ ରାଷ୍ଟ୍ରପତି ଭବନରେ ରଜ ଉତ୍ସବ ପାଳନ କରାଯିବ ନାହିଁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ଥିର କରିଛନ୍ତି । ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ଯୋଗୁ ସମଗ୍ର ଦେଶ ଓ ବିଶ୍ୱରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଯେଭଳି ଭାବେ ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କ ମୃତ୍ୟୁ ଘଟିଛି, ତାହା ଦେଶବାସୀଙ୍କ ମନକୁ ଘୋର ଆଘାତ ଦେଇଛି । ଏହି ଘଟଣାରେ ରାଷ୍ଟ୍ରପତି ଅତ୍ୟନ୍ତ ମର୍ମାହତ । ତେଣୁ ଚଳିତ ବର୍ଷର ରଜ ମହୋତ୍ସବ ରାଷ୍ଟ୍ରପତି ଭବନରେ ବାତିଲ କରି ଦିଆଯାଇଛି । ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଭବନରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହେବାକୁ ଥିବା ରଜ ମହୋତ୍ସବ ବାତିଲ କରିଦିଆଯାଇଛି ।

jittmm
Leave A Reply

Your email address will not be published.