jayashree

ମାଗଣା ଚକ୍ଷୁ ଅପରେସନ ପରେ ରୋଗୀଙ୍କୁ ପରୀକ୍ଷା କରି ଡ୍ରପ ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ପୁରୁଣା ଏମ୍‌. ଇ. ସ୍କୁଲ ପରିସରରେ ସଇଁତଲା ଯୁବ ସ୍ୱେଚ୍ଛାସେବୀ ଓ ଟିଟିଲାଗଡ଼ ଏସ୍‌. ସି. ଡ଼ି.ର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଟିଟିଲାଗଡ଼ ଏସ.ସି.ଡ଼ି ବିଭାଗର ଡାକ୍ତର ପ୍ରଣତି ସାହୁ, ନିର୍ଦେଶକ ମୋହିତ କୁମାର ଦାସ, କୋଡିନେଟର ଶୈଳେନ୍ଦୁ ନନ୍ଦ, ଟେକ୍ନିସିୟାନ ପ୍ରାଣରଞ୍ଜନ ସାଗର, ରଶ୍ମିତା ତାଣ୍ଡି, ନର୍ସ ସୁନେମିଆ ନନ୍ଦ, ପ୍ରମିଳା ଦାସ ଓ ରମେଶ ବାଗ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା କରିଥିଲେ । ଉକ୍ତ ଶିବିରରେ ୨୧୮ ଜଣଙ୍କ ପଞ୍ଜିକରଣ କରିଥିବା ବେଳେ ୪୧ଜଣଙ୍କୁ ଚକ୍ଷୁ ପରୀକ୍ଷା କରି ଚଷମା ପ୍ରଦାନ କରାଯାଇ ଥିଲା । ଏଥିରେ ୪୫ ଜଣଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ଟିଟିଲାଗଡ଼ ଏସ୍‌ସି.ଡ଼ି. ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଅପରେସନ ସରିବା ୮ ଦିନ ପରେ ବୁଧବାର ଟିଟିଲାଗଡ଼ ଏସ.ସି.ଡ଼ି. ବିଭାଗରୁ ଏକ ଟିମ୍‌ ଆସି ଚକ୍ଷୁ ଅପରେସନ କରିଥିବା ରୋଗୀମାନଙ୍କୁ ଚିକିତ୍ସା କରି ଚକ୍ଷୁ ଡ୍ରପ ପ୍ରଦାନ କରିଥିଲେ । ଏହି ଡ୍ରପ ୧୫ ଦିନ ପର୍ଯ୍ୟନ୍ତ ୬ ଡ୍ରପ ପୁଣି ୧୫ ଦିନ ପର୍ଯ୍ୟନ୍ତ ୩ ଡ୍ରପ୍‌ ରୋଗୀମାନଙ୍କୁ କହିଥିଲେ । ଆସନ୍ତା ଏପ୍ରିଲ ୨୫ ଦିନ ପୁଣି ପରୀକ୍ଷା କରି ଚଷମା ଦିଆଯିବ ବୋଲି ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ପୂର୍ବତନ ସମିତି ସଭ୍ୟ ଛନ୍ଦାଚରଣ ବେହେରା, ରାଜା ପଟ୍ଟନାୟକ, ସାମ୍ବାଦିକ ପ୍ରମୋଦ ସେଲମା, ରାଜା ବୈଠାରୁଙ୍କ ସମେତ ସ୍ଥାନୀୟ ଯୁବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.