
ଭୁବନେଶ୍ୱର : ଭୁବନେଶ୍ୱର ପାତ୍ରପଡା ଆଳୁ ଗୋଦାମ ନିକଟରେ ସିରିଜ୍ ଦୁର୍ଘଟଣା । ବିଳମ୍ବିତ ରାତିରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍ । ଦୁର୍ଘଟଣାରେ ଆହତ ହେଲେ ୩ ଡ୍ରାଇଭର । ସମସ୍ତ ଆହତଙ୍କୁ AIIMSରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ କରୁଛି । ସୁଚନା ମୁତାବକ, ପାତ୍ରପଡା ଆଳୁ ଗୋଦାମ ନିକଟରେ ରାସ୍ତା ଉପରେ ଏକ ମିନି ଟ୍ରକ୍ ଖରାପ ହୋଇ ପଡ଼ି ରହିଥିଲା । ଉକ୍ତ ଟ୍ରକ୍ ପଛରେ ପ୍ରଥମେ ଏକ କଣ୍ଟେନର ଧକ୍କା ହୋଇଥିଲା । କଣ୍ଟେନର ପଛକୁ ଆଉ ୨ ଟି ଟ୍ରକ୍ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ୩ ଡ୍ରାଇଭର ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ AIIMSରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।