ଜୁରିଆଠାରେ ଡ୍ରାଇଭର ସଂଘ ଗଠନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଜୁରିଆଠାରେ ଡ୍ରାଇଭରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମହନ ଭୁଏ, ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏକ ଡ୍ରାଇଭର । ସଂଘ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଉକ୍ତ ପ୍ରସ୍ତାବକୁ ସର୍ବ ସମ୍ମତି କ୍ରମେ ଆଲୋଚନା ପରେ ଏକ ସଙ୍ଘ ଗଠନ କରାଯାଇଥିଲା । ସଭାପତି ଭବରେ ମହନ ଭୁଏ, ସମ୍ପାଦକ ଆଶିଷ ବାଗ, ଓ କୋଷାଧକ୍ଷ ଜ୍ଞାନରଞ୍ଜନ ଶୁଆରଙ୍କୁ ସର୍ବ ସମ୍ମତି କ୍ରମେ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଖପ୍ରାଖୋଲ ଓ ଧଣ୍ଡାମୁଣ୍ଡା ଡ୍ରାଇଭର ସଂଘର ନୀଳମଣି ସାହୁ, ରାଧାକାନ୍ତ ବନଗୁଲା, ସୁଶୀଲ ଦଣ୍ଡସେନା, ଦେବେନ୍ଦ୍ର ପଟନାୟକ, ବାଳ ଗୋବିନ୍ଦ ସେଟ ତଥା ଅଞ୍ଚଳର ଡ୍ରାଇଭରମାନେ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.