om academy

ଛତ୍ରପୁରର ଡ୍ରେନେଜ ଅବସ୍ଥା ସଙ୍ଗୀନ : ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଡ୍ରେନ ଭାଙ୍ଗି ନର୍ଦ୍ଦମାରୁ ପାଣି ରାସ୍ତାଉପରେ ବହୁଛି

jsm

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଡ୍ରେନ ଭାଙ୍ଗି ନର୍ଦ୍ଦମା ଜଳ ରାସ୍ତାଉପରେ ବହୁଛି, କର୍ତ୍ତୃପକ୍ଷଙ୍କୁ ବହୁବାର ଅଭିଯୋଗ କଲେ ସୁଦ୍ଧା କର୍ତ୍ତୃପକ୍ଷଙ୍କ ନିଘା ନାହିଁ ବୋଲି ଅଭିଯୋଗ ହେଉଛି । କୋରନା ମହାମାରୀ, ହଇଜା, ଆମାଶାୟ, ଡେଙ୍ଗୁ ରୋଗର ପାଦୃଭାବ ବଢ଼ିବା ନିଶ୍ଚିତ ହୋଇଛି । ସୂଚନା ଅନୁସାରେ ଛତ୍ରପୁର ସହରର ମୁଖ୍ୟସଡକ ପଥ ଅପର-ବସଷ୍ଟାଣ୍ଡ ଅଭିମୁଖେ ଯାଇଥିବା ମେଇନ ରୋଡ଼ର ନାଳ ଦୀର୍ଘଦିନ ହେଲା ଭାଙ୍ଗି ଯାଇଛି । ଲୋକମାନେ କାଠ ପଟାପକାଇ ଯିବା ଆସିବା କରି ଚଳୁଥିବା ଦେଖାଯାଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ହେଡ କ୍ୱାଟରର ମୁଖ୍ୟ ସହର ବଜାର ଗଳି କନ୍ଦି ରାସ୍ତାଘାଟ, ନାଳ ନର୍ଦ୍ଦମାର ଦୁରାବସ୍ଥା ଅବର୍ଣ୍ଣନୀୟ । ବର୍ଷା ଦିନମାନଙ୍କରେ ରାସ୍ତାଘାଟ କଦର୍ଯ୍ୟ । ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିରହିଛି । କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉନାହାନ୍ତି । ରିକାପଲ୍ଲୀ ରେଡ୍ଡୀ ସାହି ଭିତରେ ଦୀର୍ଘ ୧୫ ବର୍ଷ ହେଲା ନିର୍ମାଣ ହୋଇଥିବା ରାସ୍ତା ଓ ନାଳ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି । ପ୍ରକାଶ ଯୋଗ୍ୟ ଯେ, ଏହି ସାହିରେ ନାଳ ନଥିଲା ବରଂ ଭଲ ଥିଲା । ନାଳ ଓ ସାହିର ପରିମଳ ବ୍ୟବସ୍ଥା କଣ ହୋଇଛି, ଲୋକମାନଙ୍କ ପାଣି ସମସ୍ୟା, ଆଲୋକ ସମସ୍ୟା ଉପରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ଥରେ ଅନୁସନ୍ଧାନ କରନ୍ତୁ ବୋଲି ମତପ୍ରକାଶ ପାଉଛି । ଗୁରୁବାର ସାପ୍ତାହିକ ହାଟପଦାର ସ୍ଥାନ ଦୁର୍ଗନ୍ଧ ଓ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି । ରିକାପଲ୍ଲୀ ହାଟ-ପଦାକୁ ହିଟେଚ ଲଗାଇ ସମତୁଲ କରିବେ ବୋଲି ପୌର କର୍ତ୍ତୃପକ୍ଷ କହିବାର ଦୀର୍ଘ ମାସ ବିତିଗଲେ ସୁଦ୍ଧା କୌଣସି ପ୍ରତିକାର ହୋଇନାହିଁ । ସେଭଳି ଦୂଷିତ ପରିବେଶ ସ୍ଥାନରେ ବ୍ୟବସାୟୀମାନେ ବସି ବ୍ୟବସାୟ କରୁଛନ୍ତି । ରିକାପଲ୍ଲୀ ଛକ ନିକଟରେ ଏକ ମୁଖ୍ୟ ନାର୍ଦ୍ଦମା ନାଳ ଦୀର୍ଘ ୪ ବର୍ଷହେଲା ପୋତି-ହୋଇରହିଛି । ନର୍ଦ୍ଦମା ନାଳର ପାଣି ନିଷ୍କାସନ ହୋଇ ପାରୁନାହିଁ । ସେହି ପ୍ରଦୂଷିତ ଜଳ ମୁଖ୍ୟସଡ଼କ ପଥ ଉପରେ ବୋହିବାରେ ଲାଗିଛି । ଏ ସମ୍ପର୍କରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ବହୁବାର ଅଭିଯୋଗ କରାଯାଇଛି, ଡ୍ରେନ ଭାଙ୍ଗି, ନୂଆ ଡ୍ରେନ ତିଆରି ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । କାର୍ଯ୍ୟ କରିବାର ନାଁ ଗନ୍ଧ ନାହିଁ । କାର୍ଯ୍ୟ ହେବାରେ ଅହେତୁକ ବିଳମ୍ବ ଘଟିଛି । ଫଳରେ ଏଠାକାର ପରିବେଶ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଛି ବୋଲି ଅଭିଯୋଗ ହେଉଛି। ସହରର ପରିମଳ ବ୍ୟବସ୍ଥାକୁ ପ୍ରଶାସନର ନଜିର ଆସିବା ନିମନ୍ତେ ସ୍ୱଚ୍ଛ ସାଥୀଙ୍କୁ ନିୟୋଜିତ କରାଯାଇଛି । ସ୍ୱଚ୍ଛସାଥୀ ଭଉଣୀମାନେ ସବୁସ୍ଥାନର ପରିମଳ ଦୃଶ୍ୟର ଫୋଟୋ ଉଠାଇବାର ଦେଖାଯାଉଛି । ଗଣମାଧ୍ୟମ/ ଖବରକାଗଜର ପ୍ରତିନିଧିମାନେ ଖବର ସ୍ଥାନୀତ କରୁଛନ୍ତି । ହେଲେ ପରିମଳ ବ୍ୟବସ୍ଥା ସୁଧୁରୁନି କାହିଁକି ? ବୋଲି ସାଧାରଣରେ ମତପ୍ରକାଶ ପାଉଛି । ସହରର ମୁଖ୍ୟସଡ଼କପଥର ଦୁଇପାର୍ଶ୍ୱନାଳ ପ୍ରାୟ ୬୦ ବର୍ଷତଳେ ନିର୍ମାଣ ହୋଇଥିବା କୁହାଯାଏ । ଏତେ ବର୍ଷ ବିତିଯାଇଥିବାପରେ ଆଜି ସୁଦ୍ଧା ଅର୍ଥାତ ନବୀନ ପଟ୍ଟନାୟକଙ୍କର ଏହି ୨୨ ବର୍ଷର ଶାସନ ଭିତ୍ତିରେ ଛତ୍ରପୁର ସହରର ମେନରୋଡ଼ ଦୁଇପାର୍ଶ୍ୱର ପୂର୍ଣ୍ଣାଙ୍ଗ ନାଳର ନିର୍ମାଣ ଓ ମରାମତି ହୋଇନାହିିଁ ବୋଲି ମତ ପ୍ରକାଶ ପାଉଛି । ସୂଚନା ଅନୁସାରେ ୧୯୫୫ ମସିହାରେ ଛତ୍ରପୁର ସହରକୁ ଏନ୍‌ଏସି ଭାବେ ମାନ୍ୟତା ଓ ପ୍ରତିଷ୍ଠା ଲାଭ ହୋଇଥିବା ବେଳେ ମୁଖ୍ୟ ସହର, ବଜାର ଜନବସ୍ତି ଅଞ୍ଚଳରେ ସର୍ବାଙ୍ଗୀନ ଉନ୍ନତିରେ ଆଜି ଯାଏଁ କୌଣସି ପରିବର୍ତ୍ତନ ଆସିନାହିଁ । ସଦର ଦପ୍ତରାଞ୍ଚଳର ଡିଆରଡିଏଠାରୁ ଜିଲ୍ଲାପାଳଙ୍କ ବାସଭବନ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ହୋଇଛି । କିନ୍ତୁ ମୁଖ୍ୟବଜାର, ମୁଖ୍ୟସଡକ ପଥ, ସାହି, ବସ୍ତି ଅଞ୍ଚଳରେ ଆଲୋକ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଆଦି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ ହେଉଛି । ସହରାଞ୍ଚଳରେ ଥିବା ବଜାର, ବସ୍ତି, ରିକାପଲ୍ଲୀମେନ ରୋଡ଼ଠାରୁ ଅପର-ବସଷ୍ଟାଣ୍ଡ ପର୍ୟ୍ୟନ୍ତ ଆଲୋକ, ଜଳ ଓ ପରିମଳ ବ୍ୟବସ୍ଥାର ଆଶୁ ପ୍ରତିକାର କରି ବିହିତ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଜନସାଧାରଣରେ ଦୃଢ଼ ଦାବୀ ହେଛଛି ।

Leave A Reply

Your email address will not be published.