ଶୁଣିଲାନି ପ୍ରଶାସନ : ଡ୍ରେନ ମରାମତି କଲେ ଗାଁ ଗୌନ୍ତିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ୭ନମ୍ବର ୱାର୍ଡରେ ଡ୍ରେନ ପୋତି ହୋଇ ଯାଇଥିବାରୁ ଦୀର୍ଘ ୨ ମାସ ହେଲା ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଥିଲା । ଏ ନେଇ ୭ ନମ୍ବର ୱାର୍ଡର ଜନସାଧାରଣ ଓ ସରପଞ୍ଚ ଗାଇସିଲେଟ ବିଡ଼ିଓଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ସୂଚନା ଅନୁସାରେ କୌଣସି କାମରେ ଗାଁ ଗୌନ୍ତିଆ ରାମଚନ୍ଦ୍ର ପାତ୍ର ସେହି ୱାର୍ଡକୁ ଆସିଥିଲେ । ସେହି ୱାର୍ଡର ଲୋକେ ଡ୍ରେନ୍‌ ବିଷୟକୁ ନେଇ ଗାଁ ଗୌନ୍ତିଆଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଗଣପର୍ବ ନୁଆଁଖାଇକୁ ଦୃଷ୍ଟିରେ ରଖି ନିଜସ୍ଵ ଖର୍ଚ୍ଚରେ ଗୌନ୍ତିଆ ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ ଡ୍ରେନ୍‌ ମରାମତି କାମ ଆରମ୍ଭ କରିଥିଲେ । ଏଥିପାଇଁ ୭ ନମ୍ବର ୱାର୍ଡବାସୀ ଗାଁ ଗୌନ୍ତିଆ ରାମଚନ୍ଦ୍ର ପାତ୍ରଙ୍କୁ ଭୂୟସି ପ୍ରସଂଶା କରୁଛନ୍ତି ।

Leave A Reply

Your email address will not be published.