ସ୍କୁଲ ସାମ୍ନାରେ ବିପଦ ସଂକୁଳ ଅବସ୍ଥାରେ ଡ୍ରେନ କାର୍ଯ୍ୟ : ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଆମ୍ବପାଲି ଗାଁରେ ପୂର୍ତ୍ତ ବିଭାଗ ଦ୍ୱାରା ଚାଲିଥିବା ସ୍କୁଲ ସାମ୍ନାରେ ବିପଦ ସଂକୁଳ ଅବସ୍ଥାରେ ଡ୍ରେନ କାମ ଅସଂପୂଣ୍ଣ ହୋଇ ପଡିରହିଛି କ୍ଷ ଉକ୍ତ ଡ୍ରେନରେ ସ୍କୁଲ ଛାତ୍ରଛାତ୍ରୀମାନେ ଆସୁଥିବା ସମୟରେ ପଡି ଆହତ ହେଉଥିବା ଅଭିଯୋଗ ହେଉଛି । ପ୍ରକାଶ ଯେ, ଏହି ପୂର୍ତ୍ତ ବିଭାଗ ପକ୍ଷରୁ ଚଳିତ ବର୍ଷ ବେଲଗାଁଠାରୁ ଆମ୍ବପାଲି ୨୦ କି.ମି. ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଥିଲା ରାସ୍ତା କାମ ସମ୍ପୂର୍ଣ୍ଣ ହେବା ପରେ ରାସ୍ତା ପାର୍ଶ୍ଵରେ ପୂର୍ତ୍ତ ବିଭାଗ ଡ୍ରେନ କାମ ଆରମ୍ଭ କରିଥିଲା କିନ୍ତୁ ୩ ମାସରୁ ଅଧିକ ହେଲା ଡ୍ରେନ କାମ ଅସମ୍ପୂଣ୍ଣ ହୋଇ ପଡିରହିଛି । ଗାଁ ରାସ୍ତା ପ୍ରଶସ୍ତିକରଣରେ ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରାଯାଉଥିବା ବେଳେ ଗୋଟିଏ ପାର୍ଶ୍ଵର କେତେକ ସ୍ଥାନରେ ମାଟି ଖୋଲାଯାଇଛି ପୁଣି କେତେ ଅଙ୍କାବଙ୍କା କାନ୍ଥ ଉଠିଛି । ସେହି ସ୍ଥାନରେ ଢାଙ୍କୁଣୀ ନିର୍ମାଣ ନ କରି ଖୋଲା ରହିଥିବା ବେଳେ କେତେକ ସ୍ଥାନରେ ଲୁହା ଛଡ଼ ଆଁ କରି ଛିଡା ହୋଇଛି । ବିଶେଷ କରି ଗାଁ ବସ୍ତିରୁ ସ୍କୁଲ ଓ ଅଙ୍ଗନୱାଡିକୁ ସଂଯୋଗ କରୁଥିବା ରାସ୍ତାକୁ ମାଟି ଖୋଲା ଯାଇଥିବା ବେଳେ କିଛି ଅଂଶ ଛାଡି ଦିଆଯାଇଛି । ଏହି ମୁକୁଳା ଡ୍ରେନ ଦେଇ ଗ୍ରାମର ଛୋଟ ଛୋଟ ଶିଶୁ ଅଙ୍ଗେନୱାଡି କେନ୍ଦ୍ରକୁ ଆସୁଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀମାନେ ଏହି ଡ୍ରେନ ଡେଇଁ ପାର ହେଉଛନ୍ତି । କେତେ ବେଳେ ଗୋଡ଼ ଖସି ଡ୍ରେନରେ ପିଲା ପଡୁଥିବାର ଅଭିଯୋଗ ହେଉଛି । ତେଣୁ ଉକ୍ତ କାମକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଏନେଇ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିବା ଟିଟିଲାଗଡ଼ ଏସ୍‌ଡିଓ ଡିଲେଶ୍ଵର ମାଝୀଙ୍କୁ ପଚାରିବାରୁ ଠିକାଦାରଙ୍କୁ କହୁଛି ଶୀଘ୍ର କାମ କରି ଦେବେ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.