jayashree

ଖଲିଆପାଲି ଗାଁର ମଝି ରାସ୍ତାରେ ଗଡୁଛି ଡ୍ରେନ ପାଣି : ଡ୍ରେନ ବ୍ୟବସ୍ଥା କରିବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ଗାଁ ପରିମଳ ଧୁବା ତୁଠରୁ ଜଣାପଡେ । କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି ବେଲପଡା ବ୍ଳକ ଘାଗୁର୍ଲି ପଞ୍ଚାୟତ ଖଲିଆପାଲି ଗ୍ରାମରେ । ଏ ଗାଁର ଦୃଶ୍ୟକୁ ଦେଖି ମନେ ହୁଏ ଫେଲ ମାରିଛି ସରକାଙ୍କ ଯୋଜନା । ହେଲେ ସରକାର ସ୍ୱଚ୍ଛଭାରତ ଅଭିଯାନ ସହ ସଫାସୁତୁରା ରଖିବାକୁ ଗାଁ କଲ୍ୟାଣ ସମିତି ଗଠନ କରିଛନ୍ତି । ସମିତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି । ଗାଁ ସଫାସୁତୁରା ରଖିବା ପାଇଁ ଦାୟିତ୍ୱ ରହିଥିବା ବେଳେ କାମ ନହୋଇ ଟଙ୍କା ଦାୟିତ୍ୱରେ ଥିବା ୱାର୍ଡ ମେମ୍ବର, ଆଶା, ଅଙ୍ଗନବାଡି ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି । କାଗଜ କଳମରେ ଗାଁ କଲ୍ୟାଣ ସମିତି ଚାଲୁଥିବା ବେଳେ ତାହା ପ୍ରକୃତରେ ଟଙ୍କାର ସଦୁପଯୋଗ ହେଉନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ହେଲେ ବ୍ଳକ ପ୍ରଶାସନ ବିନା ତଦନ୍ତରେ ଏମାନଙ୍କୁ ବିଲ୍ ପୈଠକ କେମିତି କରୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏହି ଗାଁର ମଝି ରାସ୍ତାରେ ଗଡୁଛି ପାଣି ଯଦ୍ୱାରା ଜମା ହୋଇ ଅପରିଷ୍କାର ମଧ୍ୟ ହୋଇଯାଇଛି । ଗାଁର ମଧ୍ୟ ସ୍ଥଳୀରେ ସବୁ ସମୟରେ ଦୁର୍ଗନ୍ଧ ପାଣି ଛୁଟୁଛି ସେଥିପାଇଁ ଗାଁ ଲୋକଙ୍କୁ ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହେବାକୁ ପଡୁଛି । ଗାଁର ରାସ୍ତା ଯେମିତି ହୋଇଛି ଯେ ଚାଳିବା ବେଳେ ମଧ୍ୟ ଲୋକଙ୍କୁ ନାକରେ ହାତ ମାରି ଚାଲୁବାକୁ ପଡୁଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରୁ ପ୍ରାୟ ୧ କିମି ଦୂରରେ ଗାଁ ରହିଥିଲେ ସୁଦ୍ଧା ଏହି ଗାଁରେ ବିଭିନ୍ନ ସମସ୍ୟା ଦେଖାଦେଇଛି । ଗାଁରେ ଥିବା ସୌର ଯାନ୍ତ୍ରୀକ ପମ୍ପ ମଧ୍ୟ ଛଅ ମାସ ହେଲା ଅଚଳ ହୋଇପଡିଛି । ଯାହାଫଳରେ ଗ୍ରାମବାସୀ ପାନୀୟ ଜଳ ପାଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଦୀର୍ଘ ଦିନ ଧରି ଅଚଳ ହୋଇପଡିଥିବାରୁ ଲୋକେ ପାନୀୟ ଜଳ ପାଇଁ ମଧ୍ୟ ଡହକ ବିକଳ ହେଉଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଡ଼୍ରେନ ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.