ଓଡିଶା ଆଦର୍ଶ ସ୍କୁଲର ଉପଦେଷ୍ଟା ବିଜୟ ସାହୁ ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡିଶା ଆଦର୍ଶ ସ୍କୁଲ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚ୍ୟାରମ୍ୟାନ ବିଜୟ ସାହୁଙ୍କ ଦେହାନ୍ତ ହୋଇଥିବା ଖବର ମଳିଛି । ଏନେଇ ସୂଚନା ଦେଇଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ଶରତ କର । ହାଇଦ୍ରାବାଦର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ୫୮ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । କୋଭିଡ ପରବର୍ତ୍ତୀ ଜଟିଳତା ନେଇ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.