ଏସ୍‌ଏଚ୍‌ଜି ଗ୍ରୁପ୍‌ ଓମେନସ୍‌ ପାୱାରର ସମ୍ବଲପୁରୀ କପଡ଼ା ଦୋକନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଶ୍‌ ଚର୍ଚ୍ଚାରେ ଗୋଟିଏ ଏସ୍‌ଏଚ୍‌ଜି ଗ୍ରୁପ୍‌ । ବଲାଙ୍ଗିରର ଏସ୍‌ଏଚ୍‌ଜି ଗ୍ରୁପ୍‌ ଯେଉଁଟାକି ବଲାଙ୍ଗିର ସହରରେ ରହିଛି । ନା ତାହାର ଓମେନସ୍‌ ପାୱାର । ପ୍ରଥମେ ମହିଳାମାନେ ନିଜେ ନିଜ ଗୋଡ଼ରେ ଠିଆ ହେବା ପାଇଁ ଏକାଠି ହୋଇଥିଲେ । ସମସ୍ତେ ଏକାଠି ହୋଇ ଲୋକଙ୍କ ଡ଼ିମାଣ୍ଡକୁ ଦେଖି ସହରରେ ଗୋଟିଏ ବଡ଼ ସମ୍ବଲପୁରୀ ବସ୍ତ୍ରାଳୟ ଖୋଲିଥିଲେ । ଯାହାକି ଲୋକଙ୍କ ବେଶ୍‌ ପସନ୍ଦରେ ଆସିଛି । ଦୁଇ ପଇସା ରୋଜଗାର କରିବା ଆଶାରେ ଏବେ ସହରରେ ବେଶ୍‌ ଚର୍ଚ୍ଚାରେ ଏହି ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ । ଲୋକମାନଙ୍କ ମନ ପସନ୍ଦର ସମ୍ବଲପୁରୀ କପଡ଼ା ଦୋକନ ଖୋଲି ବେଶ୍‌ ଦୁଇ ପଇସା ରୋଜଗାର କରିବା ସହ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ମହିଳାମାନଙ୍କ ଏହି ସଫଳତା ପଛରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ହାତ ରହିଥିବା କହିଛନ୍ତି । ମହିଳାମାନେ ଏବେ ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ନିଜ ପରିବାର ପାଇଁ ପାଲଟିଛନ୍ତି ମେରୁଖୁଣ୍ଟ ।

Leave A Reply

Your email address will not be published.