om academy

କୋଭିଡ ନିୟମ ଉଲଂଘନ କରୁଥିବା ୪ଟି ଶାଢୀ ଦୋକାନକୁ ସିଲ୍‌ କଲା ପ୍ରଶାସନ

jsm

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ କେତେକ ଶାଢୀ ଦୋକାନୀମାନେ ବେଆଇନ ଭାବେ କୋଭିଡ ନିୟମକୁ ଉଲଂଘନ କରିଥିବା ଦେଖା ଦେଇଥିଲା । ଲକଡାଉନ ସମୟରେ ଦୋକାନ ଗୁଡିକ ଖୋଲି ଖୁଲୁମଖୁଲା ବିକ୍ରି କରୁଥିବା ଦେଖା ଦେଇଥିଲା । ଫଳରେ ଦୋକାନ ସମ୍ମୁଖରେ ପ୍ରବଳ ଭିଡ ଲାଗିଥିଲା । ଖବର ପାଇ ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନ ତଥା ରାଇରଙ୍ଗପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଏବଂ ଟାଉନ ଥାନା ପୋଲିସର ମିଳିତ ଚଢାଉରେ କୋଭିଡ ନିୟମ ଉଲଂଘନ କରିଥିବା ଚାରଟି ଦୋକାନକୁ ସିଲ୍‌ କରିଥିଲେ ।

Leave A Reply

Your email address will not be published.