କର୍ଲ୍ଲାକୋଟରେ ଅଂଶୁ ଔଷଧ ଦୋକାନ ପୋଡିଲେ ଅସାମାଜିକ ଦୁର୍ବୃତ୍ତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କର୍ଲ୍ଲାକୋଟ ଗ୍ରାମର ଅଂଶୁ ଓଷଧ ଦୋକାନକୁ ଗତକାଲି ରାତ୍ରି ୧୨ ଘଣ୍ଟା ସମୟରେ କିଛି ଅସାମାଜିକ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥଲେ । ଖବର ପାଇ ବୋଡେନ ଅଗ୍ନିଶମ ବିଭାଗ ଆସି ଭୟାବହ ନିଆଁକୁ ଆୟତ କରିଥିଲେ । ପ୍ରକାଶ ଥାଉ କି ନିଳାମ୍ବର ବେହେରା, ପି. ସୁରେନ୍ଦ୍ର କୁମାର ବେହେରା ତାଙ୍କ ନିଜ ଘର କର୍ଲ୍ଲାକୋଟ ଗ୍ରାମ ପଞ୍ଚାୟତ ଦରଗାଁ ହୋଇଥିବା ବେଳେ ନିଳାମ୍ବର ବେହେରା ଦୀର୍ଘ ୬ ବର୍ଷ ହେବ ଏକ ମେଡ଼ିସିନ ଦୋକାନ କରି କର୍ଲ୍ଲାକୋଟ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଉ ଥିଲେ ଓ ଶ୍ରୀ ବେହେରା ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ ରକ୍ଷା କରି ଆସୁଥଲେ ଓ ଅଞ୍ଚଳରେ ତାଙ୍କର କୌଣସି ଶତ୍ରୁତା ନଥିବା ଜଣାପଡ଼ିଛି ଓ ତାଙ୍କର ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଏହି ମାମଲାରେ ବୋଡେନ ପୋଲିସରେ ଏକ କେସ୍‌ ରୁଜୁ ହେବା ସହ ବୋଡେନ ପୋଲିସ ତଦନ୍ତ ଜାରି ରଖିଛି । ଏହି ମାମଲରେ ସମ୍ପୃକ୍ତି ଥିବା ଦୁର୍ବୃତ୍ତଙ୍କୁ ଯଥା ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନୂଆପଡ଼ା ପୋଲିସ ପ୍ରଶାସନକୁ କର୍ଲ୍ଲାକୋଟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.