
ସମ୍ବଲପୁର : ଭିମ୍ସାର୍ରେ ଚିକିତ୍ସାଧୀନ ଥିବା ରେଙ୍ଗାଲି ବ୍ଲକ ଲାରିପାଲରେ ବୋର୍ୱେଲ୍ରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀକୁ ନେଇ ପୁଣି ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜୟିନୀର ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ଖବର ସମସ୍ତଙ୍କୁ ଯେତିକି ଖୁସି ଦେଇଛି ବିଜୟିନୀର ମାଆ ବାପାଙ୍କୁ ଚିହ୍ନଟ କରିବା ଘଟଣା ଆହୁରି ଆଶ୍ଚର୍ଯ୍ୟ କରିଛି । ତେବେ ବିଜୟିନୀକୁ ନେଇ ଆସିଛି ବଡ଼ ଖବର । ଅନ୍ୟପକ୍ଷରେ ଭୀମସାରରେ ବିଜୟିନୀ ଚିକିତ୍ସିତ ହେଉଥିବାବେଳେ ବିଜୟିନୀ ପ୍ରତି ମାନବିକତା ଦେଖାଇଛନ୍ତି ବିଜୟିନୀର ସମସ୍ତ ପଢା ଖର୍ଚ୍ଚ ବହନ କରିବେ ବୋଲି ଡାକ୍ତର ରାମଚନ୍ଦାନୀ କହିଛନ୍ତି । ଭୀମସାର ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ । ବିଜୟିନୀ ଯାହା ପାଖକୁ ଗଲେ ମଧ୍ୟ ଆଗାମୀ ଦିନରେ ତା ସମସ୍ତ ପାଠ ପଢା ଖର୍ଚ୍ଚ ବହନ କରିବେ ବୋଲି ଡାକ୍ତର ରାମଚନ୍ଦାନୀ ପ୍ରତିଶୃତି ଦେଇଛନ୍ତି । ବିଜୟିନୀକୁ କୋଳେଇ ନେବା ପାଇଁ ଅନେକ ଲୋକ ଆଶାୟୀ ଥିବା ବେଳେ ମା-ବାପାଙ୍କ ପରିଚୟ ପରେ ପୋଷ୍ୟ ଉପରେ ପ୍ରତିବନ୍ଧକ ଲାଗିଛି । ଫଳରେ ପ୍ରଶାସନ ବିଜୟିନୀଙ୍କୁ ଯାହାକୁ ବି ପ୍ରଦାନ କରିବ ମୁଁ ତା ସାଙ୍ଗରେ ଛିଡା ହୋଇ ରହିବି ବୋଲି ରାମଚନ୍ଦାନୀ କହିଛନ୍ତି ।