ଟିଟିଲାଗଡ଼ ସିରଭଟା ପଡ଼ା ରେଲୱେ କଲୋନୀ ନିକଟରୁ ୨୪ କେଜି ୭୦୦ ଗ୍ରାମ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଟିଟିଲାଗଡ଼ ପୋଲିସ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି ରାତିରେ ଟିଟିଲାଗଡ଼ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ ଯେ, ସିରଭଟା ପଡ଼ା ନିକଟସ୍ଥ ରେଲୱେ କଲୋନୀ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଛି । ଖବର ପାଇ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କ ସହିତ ସେହି ସ୍ଥାନରେ ପହଞ୍ଚିଥିଲେ । ତେବେ ଦୁଇଜଣ ବ୍ୟକ୍ତି ଗୋଟିଏ ବ୍ୟାଗ ଧରି ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ବ୍ୟାଗ ଯାଞ୍ଚ କଲାବେଳେ ସେ ଭିତରୁ ଗଞ୍ଜେଇ ବାହାରିଥିଲା । ତେବେ ଏଗଜିକ୍ୟୁଟିବ ମାଜିଷ୍ଟ୍ରେଟ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ୨୪ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଚାଲାଣ କରୁଥିବା ଦୁଇଜଣ ହେଲେ କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଗୌଡପଡ଼ାର ବିଧୁତ୍ ହଂସ ଓ ନର୍ଲା ଥାନା ଅନ୍ତର୍ଗତ ମାଝୀ ପଡ଼ାର ତେଜରାଜ୍ ମାଝୀ । ତେବେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଟିଟିଲାଗଡ଼ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ।