ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ରୀୟ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ

କୋରାପୁଟ, (ସୁନାମ ହନ୍ତାଲ) : ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ରୀୟ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡଃ. ସୁକାନ୍ତ ମଜୁମଦାର । କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆକାଂକ୍ଷା ଜିଲ୍ଲାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ପରେ ସେମିଳିଗୁଡା ବ୍ଲକ ରାଜୁପୁଟ ମାଣ୍ଡିଆ ମିଲେଟ ପ୍ରୋସେସିଂ ୟୁନିଟରେ ଗସ୍ତ କରି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ତିଆରି ଦେଖିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ବହୁତ ଭଲ କାମ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମଜୁମଦାର ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ । ବିଜେପି ଦଳୀୟ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁକୁ ଭତ୍ରା, ଲକ୍ଷ୍ମୀପୁର କଂଗ୍ରେସ ବିଧାୟକ ପବିତ୍ର ସାନ୍ତା, କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ନ, ସରପଞ୍ଚ ପିତାମ୍ବର କିର୍ସାନି, ସେମିଳିଗୁଡା ବ୍ଲକ ବିଡ଼ିଓ ଜସ୍ମିନ ପ୍ରଧାନ, (ଏସ୍‌.ପି)କୋରାପୁଟ ରୋହିତ ବର୍ମା, ବେଣୁଧର ଶବର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସହଙ୍କ ପରିଦର୍ଶନ କରିଥିଲେ । ଲୁଙ୍ଗିରି ଗ୍ରାମକୁ ଯାଇ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ଦାମନଯୋଡି ସ୍ଥିତ ମାଲୁ ସାଉନ୍ତା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ । ପିଲାଙ୍କ ସହ ବସି ଭାତ, ଡାଲମା ଓ ଅଣ୍ଡା ଖାଇବା ସହ ସ୍କୁଲର ସମସ୍ୟା ପଚାରି ବୁଝିଥିଲେ ।

Leave A Reply

Your email address will not be published.