
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଇ, ଟିମ – ବି କୁ ୪୬ ରନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଟିମ- ଇ ୨୦ ଓଭରରେ ୪ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଚନ୍ଦନ କୁମାର ସିଂ ୫୪ ଓ ଅଭିଷେକ ଶର୍ମା ୪୧ ରନ କରିଥିବା ବେଳେ ବିପକ୍ଷ ଦଳର ସତ୍ୟମ ପାତ୍ର ୨ ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ଟିମ – ବି ୨୦ ଓଭରରେ ୮ ଉଇକେଟ ହରାଇ ୮୬ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ ଆୟୁଷ ଗିରି ୩୮ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଚନ୍ଦନ ସିଂ ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ୨୩ ନଂ ୱାର୍ଡ କାଉନସିଲର ଅନନ୍ତ ଦାସ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅଶୋକ ପଟ୍ଟନାୟକ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅମିତାଭ ପଟ୍ଟନାୟକ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ । ଆସନ୍ତାକାଲି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଏ ଏବଂ ଟିମ – ବି ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି ।