୧୧ବର୍ଷ ହେଲା ଆବାସ ଯୋଜନା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଡିମିରିମୁଣ୍ତା ଗ୍ରାମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ମୁଣ୍ଡ ଉପରେ ଛାତ ଘର ଯୋଗାଇଦେବା ପାଇଁ ଡିଣ୍ତିମ ପିଟୁଥିବା ବେଳେ ବାସ୍ତବରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତର ଡ଼ିମିରିମୁଣ୍ଡା ଗ୍ରାମରେ । ସୂଚନା ପ୍ରକାରେ ୨୦୧୧ ମସିହା ଜନଗଣନା ପରଠାରୁ ଏହି ଗ୍ରାମର କୌଣସି ଲୋକଙ୍କ ନାମ ଆବାସ ଯୋଜନାରେ ତାଲିକା ଭୁକ୍ତ ହୋଇନାହିଁ । ଫଳରେ ପକ୍କାଘର ଭଳି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଗାଁର ରହିଥିବା ୧୦୪ଟି ପରିବାର ପ୍ରାୟତଃ ଗରିବ ଶ୍ରେଣୀର । ଏମାନେ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ଆଜକୁ ଦୀର୍ଘ ୧୦ବର୍ଷ ହେବ ପ୍ରଶାସନ ପକ୍ଷରୁ କୌଣସି ସୁଫଳ ପାଇ ନାହାନ୍ତି । ୨୦୧୮ ମସିହାରେ ଗ୍ରାମକୁ ବାହ୍ୟ ମଳ ମୁକ୍ତ ଓ ଆଦର୍ଶ ପଲ୍ଲୀ ଗ୍ରାମ ଘୋଷଣା କରାଯାଇଛି । ଗ୍ରାମବାସୀ ଚାଳ ଛପର ଘରେ ବହୁ କଷ୍ଟରେ ରହୁଛନ୍ତି । ନିର୍ବାଚନ ପୂର୍ବରୁ ଆବାସ ଯୋଜନାରେ ସାମିଲ କରା ନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ନିର୍ବାଚନ ବର୍ଜନ କରିବୁ ବୋଲି କ୍ଷୋଭଭରା କଣ୍ଠରେ କହିଛନ୍ତି ଗ୍ରାମବାସୀ । ଏନେଇ ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ମହାକୁଡ଼ଙ୍କ ପ୍ରତିକ୍ରିୟା ନେବାରୁ ସେ ବହୁତ ଥର ବ୍ଲକ ପ୍ରଶାସନକୁ ଅଭିଯୋଗ କରି ମଧ୍ୟ କୌଣସି ପ୍ରକାର ସୁଫଳ ପାଇ ନାହିଁ ବୋଲି କହିଥିଲେ । ସମସ୍ୟା ବିଷୟରେ କଣ୍ଟାମାଳ ବିଡ଼ିଓ ବନ୍ଦନା ଖଟୁଆଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପୋର୍ଟାଲରେ ସେହି ଗ୍ରାମର ନାଁ ନାହିଁ ଏବଂ ଏକ୍ଟଶ ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇଥିବା କହିଛନ୍ତି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ବିଡିଓ ମୋତେ କିଛି ଜଣାଇ ନାହାନ୍ତି । ଆପଣଙ୍କଠାରୁ ଖବର ପାଇଲି କ’ଣ ହେଇଛି ବୁଝୁଛି ବୋଲି କହିଛନ୍ତି । ତେବେ ଗ୍ରାମବାସୀଙ୍କ ନାମ କେବେ ତାଲିକାଭୁକ୍ତ ହେବ ଓ ସେମାନେ କେବେ ଘର ପାଇବେ ତାକୁ ଅନାଇ ରହିଛନ୍ତି ।

Leave A Reply

Your email address will not be published.