ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଭାଇବ୍ରାଣ୍ଟର ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜଲଦା ସି ବ୍ଲକ ହାଟ ଠାରେ କିଛି ଆର୍ଥିକ ଅନଗ୍ରସର ବ୍ୟବସାୟୀଙ୍କୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ କରାଯାଇଛି । ରୋଟାରୀଆନ୍‌ ପ୍ରଦ୍ୟୁମ୍ନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଓ ସମ୍ପାଦକ ବସନ୍ତ କୁମାର ତନ୍ତୀଙ୍କ ସହ ରୋଟାରୀଆନ ଅଜିତ ମୋହନ ପୂଜାରୀ, ଡ଼ଃ. ମୀନତି ପଣ୍ଡା, ଡ଼ଃ. ସଞ୍ଜୁକ୍ତା ପତି, ଅନିତା ନାୟକ, ସବିତା ମହାନ୍ତି, ବିଶ୍ୱନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ପାତ୍ର ସ୍ୱାଗତ ଭାଷଣ, ସମ୍ପାଦକ ଶ୍ରୀ ତନ୍ତୀ ଅତିଥି ପରିଚୟ, ବରିଷ୍ଠ ସଦସ୍ୟ ଶ୍ରୀ ପୁଜାରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅଧ୍ୟକ୍ଷତା କରିଥିବା ଶ୍ରୀ ବିଶ୍ୱାଳ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଓ ଶ୍ରୀମତୀ ଡ଼ଃ. ପଣ୍ଡା ଭାଇବ୍ରାଣ୍ଟର ସମାଜ ପ୍ରତ ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସେଠାରେ ଉପସ୍ଥିତ ଥିବା ପାର୍ବତୀ ପୁରନ, ସୁଭଦ୍ରା ମହନ୍ତ, ସୁକୁମଣି ଭୂମିଜ, ସୁସ୍ମିତା ମହତୋ, ମନୋ ଭଇଷା, କାନ୍ତି ବା, ଯଶୋଦା ସିଂ, ମାରିୟାମ କୁଲୁ, ବିରସ୍ୱିନୀ ଓରାମ ଓ ନାଉରୀ ତିର୍କିଙ୍କୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ହାଟର ମୁଖିଆ ବିଶ୍ୱନାଥ ମୁଣ୍ଡାରୀ ଉପସ୍ଥିତ ଥିବା ସହ ପ୍ରଶାନ୍ତ କୁମାର ସାମଲ ଓ ମଙ୍ଗଳ ଭୂମିଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.