ତୁରେକେଲା, (ପିତାମ୍ବର ଦୀପ) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଇ.ଇ.ଟି) ବଲାଙ୍ଗିରର ସମ୍ମିଳନୀ କକ୍ଷ ଠାରେ ‘ଜାତୀୟ ଗଣିତ ଦିବସ’ ଡିସେମ୍ବର ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି, ରାଜେନ୍ଦ୍ର କଲେଜ ବଲାଙ୍ଗିରର ଅବସର ପ୍ରାପ୍ତ ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଜୟ ଚନ୍ଦ୍ର ସାହୁ ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ. ଜୟପ୍ରକାଶ ଦାଶ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ସପନା ସେଠ୍, ଡଃ. ପ୍ରଶାନ୍ତ କୁମାର ନିଖଣ୍ଡିଆ, ମମତା ମଞ୍ଜରୀ ସାହୁ, ମିନାକ୍ଷୀ ମେହେର, ସାମ୍ରାଜ୍ଞୀ ଐଶ୍ୱର୍ୟା ମିତ୍ର, ସ୍ୱାଗତିକା ବଳିଆରସିଂହ ତଥା ଗୁରୁ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବୃକ୍ଷରୋପଣ, ପୋଷ୍ଟର ପ୍ରଦର୍ଶନୀ, କୁଇଜ ଓ ପ୍ରେରଣାତ୍ମକ ଭିଡିଓ ଆଦି ପ୍ରଦର୍ଶିତ କରଯାଇଥିଲା ।
Prev Post