oom

ଓଡ଼ିଶା ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତ ଦ୍ୱାରା ଦିବ୍ୟାଙ୍ଗମାନଙ୍କ ନିମନ୍ତେ ‘ହେଲ୍‌ଦି ଆଥଲେଟସ୍‌’ କାର୍ଯ୍ୟକ୍ରମ ଓ ଅମୃତ ମହୋତ୍ସବ ବଲାଙ୍ଗିର ଠାରେ ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଲାଟଲ୍‌ ପ୍ରେକ୍ଷାଳୟରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ହେଲ୍‌ଦି ଆଥ୍‌ଲେଟସ୍‌ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଅବସରରେ ସ୍ୱତନ୍ତ୍ର ଅଲମ୍ପିକ ଭାରତ ପକ୍ଷରୁ ବୌଦ୍ଧିକ ଅନଗ୍ରସର କ୍ରୀଡ଼ାବିତ୍‌ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ କ୍ରୀଡ଼ା କ୍ଷେତ୍ରକୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ନିମନ୍ତେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଦାନ୍ତ, ଆଖି, ଶାରିରୀକ ପରୀକ୍ଷା କରାଯାଇଥିଲା । ଉତ୍ସବର ଆରମ୍ଭରେ ମୁଖ୍ୟ ଅତିଥି ଭାବେ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ସୁପରିଟେଣ୍ଡେଣ୍ଟ ଡାକ୍ତର ମହେନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବରେ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ଡିନ୍‌ ଡା. ସବିତା ମହାପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧକାରୀ ନବକୃଷ୍ଣ ସାହୁ, ଏସ୍‌ଭି ନିରତାରର ନିର୍ଦ୍ଦେଶକ ଡା. ସୂର୍ୟ୍ୟମଣି ପ୍ରସାଦ, ସାଂସଦ ପ୍ରତିନିଧି ତଥା ସମାଜସେବୀ ଦୀନେଶ ଶର୍ମା ଓ ସୁନୀତା ଗିରି, ନିମନ୍ତ୍ରିତ ଅତିଥି ଭାବେ ଡା. ସୁରଜ କୁମାର ବଡ଼ଦେଓ, ସୁମିତ ରଂଜନ ପୁରୋହିତ ତଥା ଅଙ୍କୁଶ ପାଣ୍ଡିଆ ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍‌ କରିବା ପାଇଁ ଓଡ଼ିଶାର ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ପ୍ରୟାସ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ଅଭିହିତ କରିଥିଲେ । ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ଉକ୍ତ କାର୍ୟ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଉମାକାନ୍ତ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତ, ଓଡ଼ିଶାର ଆଂଚଳିକ ନିର୍ଦ୍ଦେଶକ ପ୍ରକାଶ କୁମାର ରଥ ତଥା ବଲାଙ୍ଗିର ସାଂସଦ ଓ ଭୀମଭୋଇ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ବଲାଙ୍ଗିର ମିଳିତ ସହଯୋଗ କରି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧିକ ଦିବ୍ୟାଙ୍ଗମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଓ ନିରାକରଣ ନିମନ୍ତେ ଆୟୋଜିତ ଉତ୍ସବ ସାଫଲ୍ୟ ମଣ୍ଡିତ ହୋଇଥିଲା । ଏସିବି ଟିଟିଲାଗଡ଼ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷାରେ ବିବିଏମ୍‌ସିଏଚ୍‌ର ଡା.ଗୋପବନ୍ଧୁ ପାତ୍ର, ଅର୍ଥୋ ଡା. ନୂପୁର ଶର୍ମା, ଦନ୍ତ ଚିକିତ୍ସକ ଡା. ପଞ୍ଚଜନ୍ୟ ପଣ୍ଡା, ଡା. ପଦ୍ମିନୀ ସାହୁ, ମେଡ଼ିସିନ୍‌ ଡା. ଜୟନ୍ତ ପଟେଲ, ଚକ୍ଷୁ ବିଶେଷଜ୍ଞ ଡା.ପ୍ରଣତି ହୋତା, ଭୌତିକ ମିସ୍‌ ମଧୁମିତା ନନ୍ଦ, ନ୍ୟୁଟ୍ରିସନିଷ୍ଟ ଚନ୍ଦନ ମହାପାତ୍ର, ଫାର୍ମାସିଷ୍ଟ ଆଦି ପରିଚାଳନାରେ କରିଥିଲେ ।

jittmm
Leave A Reply

Your email address will not be published.