ଭୁତିବାହାଲ ଗ୍ରାମର ନୂତନ ୱାର୍ଡ଼ ମେମ୍ବର ହେଲେ ଦିବ୍ୟକିଶୋର ସାହୁ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଗାଇସିଲାଟ ବ୍ଲକ, ରାଇସଲପଦର ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର-୪ ଭୁତିବାହାଲ ଗ୍ରାମର ନୂତନ ୱାର୍ଡ ମେମ୍ବର ହେଲେ ଦିବ୍ୟକିଶୋର ସାହୁ । ସେ ତାଙ୍କର ନିକଟତମ ପ୍ରାର୍ଥୀ ହରି ସାହୁଙ୍କଠାରୁ ୩୧ ଗୋଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଭୁତିବାହାଲ ୱାର୍ଡ ନଂ-୪ରେ ମୋଟ ୫୧୩ ପୋଲିଂ ପଡିଥିଲା । ଦିବ୍ୟକିଶୋର ସାହୁ ୨୬୯ ଭୋଟ ପାଇଥିବା ବେଳେ ହରି ସାହୁ ୨୩୮ ଭୋଟ ପାଇଥିଲେ ଓ ୬ଟି ଭୋଟ ନାକଚ ହୋଇଥିଲା । ବିଜୟୀ ହେବା ପରେ ଗ୍ରାମର ସାମୁହିକ ବିକାଶ ହିଁ ହେବ ମୋର ଲକ୍ଷ୍ୟ ବୋଲି ଦିବ୍ୟକିଶୋର କହିଛନ୍ତି । ଗ୍ରାମବାସୀଙ୍କର ଆସ୍ଥା ଓ ବିଶ୍ୱାସ ଯୋଗୁଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.