centurian jitm

ଭାରସାମ୍ୟ ହରାଇ ଡ଼ିଭାଇଡ଼ରକୁ ପିଟିଲା ଚିପ୍ସ ବୋଝେଇ ହାଇୱା

nschool

ଖନ୍ତାପଡ଼ା : ଭାରସାମ୍ୟ ହରାଇ ଡ଼ିଭାଇଡ଼ରକୁ ପିଟିଲା ଚିପ୍ସ ବୋଝେଇ ହାଇୱା । ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ । ତେବେ ଖନ୍ତାପଡ଼ା ଥାନା ଅଧୀନ ପଣପଣା ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ହୋଟେଲ ମୋନାଲି ନିକଟରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଆଜି ଭୋର ସମୟରେ ସୋର ଆଡୁ ବାଲେଶ୍ୱର ଅଭିମୁଖେ ଏକ ୧୬ ଚକିଆ ହାଇୱା ଗାଡ଼ି ନମ୍ବର ଓଡି୦୪ଟି୨୧୨୨ ଚିପ୍ସ ବୁଝେଇ କରିଯାଉଥିଲା । ସେହି ସମୟରେ ଚାଳକର ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ୱରେ ଲାଗିଥିବା ଡିଭାଇଡ଼ରକୁ ଧକ୍କା ଦେଇଥିଲା । ଫଳରେ ଗାଡିଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଗାଡି ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ଯାଏଁ ଚାଳକଙ୍କ ନାମ ଓ ଠିକଣା ଜଣାପଡି ନଥିବା ବେଳେ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.