ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରାଣବନ୍ଧୁ ହୋତା ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସମସ୍ତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସାର କୌଶଳ ଶିଖାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ । ଜୁନିଅର ରେଡ଼କ୍ରସ କାଉନସିଲର ଧ୍ରୁବଚରଣ ବାରିକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଧାରଣ କ୍ଷତ, ହାଡ଼ ଭାଙ୍ଗିବା, ଅଚେତ ହେବା, ହୃତଘାତ ହେବା ପରି ବିଭିନ୍ନ ଦୁର୍ଘଟଣାର ପ୍ରାଥମିକ ଚିକିତ୍ସା କୌଶଳ ପ୍ରଦର୍ଶିତ ହୋଇଥିଲା । ଶିକ୍ଷକ ମାନଭଂଜନ ପଣ୍ଡା, ସୁରଜ କଲସାଏ, ଅମୀୟ ପଧାନ, ସୁବ୍ରତ ନାଗ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ସମସ୍ତେ ମିଶି ମା’ ନାମରେ ଗଛ ଟିଏ ନାରା ଦେଇ ବୃକ୍ଷ ରୋପଣ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ କୃଷ୍ଣଚନ୍ଦ୍ର ତଣ୍ଡକାର ଧନ୍ୟବାଦ ଅର୍ପଣ କରିଥିଲେ ।
Next Post