ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ନୀଳାଚଳ ମହାରଣା ଜିଲ୍ଲା ସଂଯୋଜକ ତଥା ପ୍ରାଥମିକ ଚିକିତ୍ସା ବିଶାରଦ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, ବିଷୟ ବିଶାରଦ ଡାକ୍ତର ବିବେକାନନ୍ଦ ମଲାଣ ପ୍ରମୁଖ ଉପସ୍ଥିତ ରହି ନମୁନା ଦେଖାଇ ବୁଝାଇଥିଲେ । ଚଳିତ ବର୍ଷର ପାଗ ପରିବର୍ତ୍ତନରେ ପ୍ରାଥମିକ ଚିକିତ୍ସା ପ୍ରସଙ୍ଗ ଉପରେ ସମସ୍ତ ଅତିଥି ଗୁରୁତ୍ୱ ଦେଇଥିଲେ । ସ୍ୱେଚ୍ଛାସେବୀଙ୍କ ବିଭିନ୍ନ ସନ୍ଦେହ ମୋଚନ କରାଯାଇଥିଲା । କାଉନସେଲର ମାନସ ରଂଜନ ପ୍ରଧାନ ପ୍ରାରମ୍ଭିକ ସୂତନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।