ବିଶ୍ଵ ଫାଷ୍ଟ-ଏଡ଼ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ ବିଶ୍ୱ ଫାଷ୍ଟ-ଏଡ଼ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ସଚେତନତା କରାଯାଇଥିଲା । ଉକ୍ତ ସଭାରେ ଅଧ୍ୟକ୍ଷ ଶ୍ରୀ ବାରିକ ସମସ୍ତ ଛାତ୍ରଛାତ୍ରୀଙ୍କ ଫାଷ୍ଟ -ଏଡ଼ ସମ୍ପର୍କିତ ଧାରଣା ରହିବା ଜରୁରୀ ଯାହା ଆବଶ୍ୟକ ସ୍ଥଳେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅଧ୍ୟାପକ ଅଙ୍କିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ମନୁଷ୍ୟର ଜୀବନରେ ଆବଶ୍ୟକ ସ୍ଥଳେ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ତଥା ପରିବେଶ ପରିବର୍ତ୍ତନ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଡ଼କ୍ଟର ଅଙ୍କିତ ସାଗର ମନୁଷ୍ୟ ଜୀବନରେ ଅନେକ ସମୟରେ ଘଟିଯାଉଥିବା ଦୁର୍ଘଟଣା କିମ୍ବା ଶାରୀରିକ ଅସୁସ୍ଥତା ସମୟରେ କରାଯାଉଥିବା ତତ୍କାଳ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୁଚାଇଥିଲେ । ସଭା ଶେଷରେ ଅଧ୍ୟାପକ ଦେବାଶିଷ ଭାଇନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.