centurian jitm

ସିଆଇଟିୟୁ ଓ ସିସିୟୁଏ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ

nschool
  • ଶ୍ରମ କୋର୍ଡ ବିରୁଦ୍ଧରେ ମେ ୨୦ ଦେଶବ୍ୟାପୀ ଧର୍ମଘଟକୁ ସଫଳ ପାଇଁ ଶ୍ରମିକ ଶ୍ରେଣୀକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ ଓ ସିସିୟୁଏ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳେ ଶ୍ରମିକ ଭବନ ସେକ୍ଟର ୧୬ ସିଆଇଟିୟୁ ଜିଲ୍ଲା କାର୍ଯ୍ୟାଳୟ ଓ ଶକ୍ତିନଗର ସିପିଆଇଏମ୍ ଜିଲ୍ଲା କାର୍ଯ୍ୟାଳୟ, ରାଉରକେଲା ନୂଆ ବସଷ୍ଟାଣ୍ଡ ଠାରେ ୟୁନିୟନ କାର୍ଯ୍ୟାଳୟ, ଆଇଡିଏଲ୍ ଓ ସାରନଗରୀ ଲାଲ୍ ଟାଙ୍କି ୟୁନିୟନର କାର୍ଯ୍ୟାଳୟରେ ଲାଲ୍ ପତାକା ଉତ୍ତୋଳନ କରିଥିଲେ ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି । କଲୁଙ୍ଗା, କୁଆଁରମୁଣ୍ଡା ଓ ବେଦବ୍ୟାସ ଠାରେ ଅନୁଷ୍ଠିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିଥିଲେ ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ ଓ ରାଜ୍ୟ କମିଟି ସଦସ୍ୟା ତାଜମୁନ ନେହାର । ଅପରାହ୍ନରେ ୟୁନିୟନର ଶତାଧିକ ଇସ୍ପାତ, ଠିକା, ଶିଳ୍ପ ଶ୍ରମିକ, ପରିବହନ, ନିର୍ମାଣ, ଆଶା, ଅଙ୍ଗନବାଡ଼ି ଶ୍ରମିକ ସେକ୍ଟର ୪ ମଧୁବନ ଛକରୁ ଶୋଭାଯାତ୍ରାରେ ଆସି ସେକ୍ଟର ୩ ଘରୋଇ ବସଷ୍ଟାଣ୍ଡ ଠାରେ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ତବ୍ୟ ରଖି ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ ବକ୍ତବ୍ୟ ରଖି କହିଥିଲେ ଯେ ଶ୍ରମିକ ଶ୍ରେଣୀକୁ କ୍ରୀତଦାସ କରିଦେବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ଦେଶର ରାଷ୍ଟ୍ରାୟତ୍‌ତ୍ତ ସଂପଦ ଗୁଡ଼ିକୁ କର୍ପୋରେଟ ପୁଞ୍ଜିପତି ମାନଙ୍କୁ ବିକ୍ରି କରୁଛନ୍ତି । ଦେଶରେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ କରାଯାଉନାହିଁ । ସର୍ବନିମ୍ନ ଦରମା ଶ୍ରମିକର ବୃଦ୍ଧି ହେଉନାହିଁ । ଦେଶରେ କେବଳ ମୋଦୀ ସରକାର ଜନସାଧାରଣଙ୍କୁ ଧର୍ମ, ସଂପ୍ରଦାୟ, ଜାତି ନାମରେ ଧର୍ମୀୟ ଧୃବୀକରଣ କରି ଶାସନ କ୍ଷମତାରେ ରହିବାକୁ ଚାହୁଁଛନ୍ତି । କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ ବିରୋଧୀ, ଜନ ବିରୋଧୀ ନୀତି ବିରୋଧରେ ଆଗାମୀ ମେ ୨୦ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସୁନ୍ଦରଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ । ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟିର ଉପ ସଭାପତି ଶ୍ରୀମନ୍ତ ବେହେରା ଓ ସିସିୟୁଏ ଆବାହକ ଭାଗିରଥି ଟୁଡୁଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ବି. ପି. ମହାପାତ୍ର, ସୁରେନ୍ଦ୍ର ଦାଶ, ଯଯାତି କେଶରୀ ସାହୁ, ହୃଦୟାନନ୍ଦ ଯାଦବ, ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ପ୍ରଦୀପ ସେଠୀ, ଯଜ୍ଞେଶ୍ଵର ସାହୁ, ଏନ୍ ଏନ୍ ପାଣିଗ୍ରାହୀ, ଅରୁ ଦାସ, ବିନୟ ବେହୁରିଆ, ଅରୁଣ ମହାରଣା, ଜଗବନ୍ଧୁ ପଶାୟତ, ଦିବାକର ମହାରଣା, ବୁବୁନ ମାଇତି, ସୁରଜ ଦାସ, ଅଜିତ ଏକ୍କା, ସମ୍ୱିତ ସ୍ୱାଇଁ, କ୍ଷିରୋଦ ବେହେରା, ଦିବାକର ରାଓ, ସୁଧାଂଶୁ ଜେନା, ସିଡ଼ିଓ ମୁଣ୍ଡା, ଭବାନୀ ସାହୁ, ଜି. କେ. ନାୟକ, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.