centurian jitm

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ତୃତୀୟ ଦିବସ

nschool
  • ବ୍ଲାଷ୍ଟର ଓ ତୁଷାର ରୟାଲ କିଙ୍ଗ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ତୃତୀୟ ଦିବସର ପ୍ରଥମ ମ୍ୟାଚ୍‌ଟି ଆମ୍ବେଦକର ୱାରିୟର ଓ ବ୍ଲାଷ୍ଟର ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ୧୩୮ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଶମ୍ଭୁ ହାତୀ ସର୍ବାଧିକ ୫୬ ରନ୍‌ ସଂଗ୍ରହ କରିଥିଲେ । ବ୍ଲାଷ୍ଟର ଦଳ ତରଫରୁ ସଫଳ ବୋଲର ଭାବରେ ଶୁଶାନ୍ତ ପୁଟେଲ ୨ ଗୋଟି ୱିକେଟ ଅକ୍ତିୟାର କରିଥିଲେ । ୧୩୮ ରନ୍‌ର ଜବାବରେ ବ୍ଲାଷ୍ଟର ଦଳ ୧୫ ଓଭରରେ ମାତ୍ର ୨ ୱିକେଟ ହରାଇ ଆବଶ୍ୟକ ୧୩୯ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ବ୍ଲାଷ୍ଟର ଦଳ ତରଫରୁ ଯୋଗେଶ୍ୱର ବାଗ ସର୍ବାଧିକ ୭୪ ରନ୍‌, ସନ୍ତୋଷ ଶତପଥି ୨୧ ରନ୍‌ ସଂଗ୍ରହ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ଟି ତୁଷାର ରୟାଲ କିଙ୍ଗ ଓ ଆବ୍ରାହମ ଷ୍ଟ୍ରାଇକର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତୁଷାର ରୟାଲ କିଙ୍ଗ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୬୭ ରନ୍‌ ସଂଗ୍ରହ କରିଥିଲେ । ଦଳ ତରଫରୁ ଅଂଶୁମାନ ମିଶ୍ର ସର୍ବାଧିକ ୫୬ ରନ୍‌ ସଂଗ୍ରହ କରିଥିଲେ । ଆବ୍ରାହମ ଷ୍ଟ୍ରାଇକର ଦଳ ତରଫରୁ ସଫଳ ବୋଲର ଭାବରେ ସୁରେଶ ନାଗ ୨ ଗୋଟି ୱିକେଟ ନେଇଥିଲେ । ୧୬୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଆବ୍ରାହମ ଷ୍ଟ୍ରାଇକର ଦଳ ୧୨୯ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ ହୋଇଯାଇଥିଲେ । ଫଳରେ ଏହି ମ୍ୟାଚ୍‌ଟିକୁ ତୁଷାର ରୟାଲ କିଙ୍ଗ ୩୮ ରନ୍‌ରେ ବିଜୟ ହୋଇଥିଲେ । ଆବ୍ରାହମ ଷ୍ଟ୍ରାଇକର ଦଳ ତରଫରୁ ତୁଷାରକାନ୍ତି ବେହେର ସର୍ବାଧିକ ୩୭ ରନ୍‌ ସଂଗ୍ରହ କରିଥିଲେ । ତୁଷାର ରୟାଲ ତରଫରୁ ଅଂଶୁମାନ ମିଶ୍ର ୩ ଗୋଟି ୱିକେଟ ନେଇଥିଲେ । ପ୍ରଥମ ମ୍ୟାଚ୍‌ରେ ଯୋଗଶ୍ୱର ବାଗ ଓ ଦ୍ୱିତୀୟ ମ୍ୟାଚ୍‌ରେ ଅଂଶୁମାନ ମିଶ୍ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ । ଆଜିର ଉଭୟ ମ୍ୟାଚ୍‌କୁ ବିଶ୍ୱମ୍ବର ମହାକୁର ଓ ସ୍ମିତ ଦଲାଇ ପରିଚାଳନା କରିଥିଲେ । ଭବାନୀ ଶଙ୍କର ମହାନନ୍ଦ ଭାଷ୍ୟକାର ଦାୟିତ୍ୱ ତୁଳାଇଥିଲେ । ଆଜିର ତୃତୀୟ ଦିବସରେ ଅତିଥି ଭାବେ ପୂର୍ବତନ କ୍ରିକେଟର ସୁନିଲ ଦାନି, ପ୍ରଶାନ୍ତ ଖମାରୀ, ଓସିଏ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ମ୍ୟାଚ୍‌ରେ ବିସିଏଲ୍‌ ସଭାପତି ସନ୍ତୋଷ ଆନନ୍ଦ ମିଶ୍ର, ସଂପାଦକ ବିକ୍ରମ ପାତ୍ର ତଥା ବିସିଏଲ୍‌ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.