
- ତୁଷାର ରୟାଲ କିଙ୍ଗ ଓ ଆମ୍ବେଦକର ୱାରିୟର୍ସ ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍ର ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ୍ଟି ତୁଷାର ରୟାଲ କିଙ୍ଗ ଓ ସ୍ୱରାଜ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ତୁଷାର ରୟାଲ କିଙ୍ଗ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୦ରନ୍ ସଂଗ୍ରହ କରିଥିଲେ । ତୁଷାର କିଙ୍ଗ ଦଳ ତରଫରୁ ଗୌରବ କୁ୍ମ୍ଭାର ୪୦ରନ୍ ଓ ସୁମିତ ୨୮ ରନ୍ ସଂଗ୍ରହ କରିଥିଲେ । ସ୍ୱରାଜ ଦଳ ତରଫରୁ ଖଗେଶ୍ୱର ପ୍ରଧାନ ୩ ଗୋଟି ୱିକେଟ ନେଇଥିଲେ । ଏହାର ଜବାବ୍ରେ ସ୍ୱରାଜ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୯୭ରନ୍ ସଂଗ୍ରହ କରି ୬୩ ରନ୍ରେ ପରାଜିତ ହୋଇଥିଲେ । ତୁଷାର ରୟାଲ ଦଳ ତରଫରୁ ସଫଳ ବୋଲର ଭାବରେ ସୁମିତ ୫ ଗୋଟି ୱିକେଟ ନେଇଥିଲେ । ସେହି ପରି ଦ୍ୱିତୀୟ ମ୍ୟାଚ୍ରେ ଆମ୍ବେଦକର ୱାରିୟର୍ସ ଦଳ ପ୍ରଥମେ ବ୍ୟାଟି କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୫୯ ରନ୍ ସଂଗ୍ରହ କରିଥିଲେ । ଆମ୍ବେଦକର ୱାରିୟର୍ସ ଦଳ ତରଫରୁ ବାବୁଲୁ ସେଠି ୩୭ ରନ୍ ଏବଂ ଅସ୍ମିତ ପ୍ରଧାନ ୨୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ଆବ୍ରାହମ ଷ୍ଟ୍ରାକର ଦଳ ୮୯ ରନ୍ ସଂଗ୍ରହ କରି ସମସ୍ତ ୱିକେଟ ସଂଗ୍ରହ କରିଥିଲେ । ଫଳରେ ଏହି ମ୍ୟାଚ୍ଟିକୁ ଆମ୍ବେଦର ୱାରିୟର୍ସ ଦଳ ୭୦ ରନ୍ରେ ବିଜୟୀ ହୋଇଥିଲେ । ଆମ୍ବେଦକର ୱାରିୟର୍ସ ଦଳ ପକ୍ଷରୁ ସଫଳ ବୋଲର ଭାବରେ ବାବୁଲି ସେଠି ଓ ଗୋଲକ ସିଂହଦେଓ ୨ଗୋଟି ୱିକେଟ ନେଇଥିଲେ । ପ୍ରଥମ ମ୍ୟାଚ୍ରେ ତୁଷାର ରୟାଲ କିଙ୍ଗର ସୁମିତ ଏବଂ ଦ୍ୱିତୀୟ ମ୍ୟାଚ୍ରେ ବାବୁଲୁ ସେଠି ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ । ଭବାନୀ ଶଙ୍କର ମହାନନ୍ଦ ଭାଷ୍ୟକାର ଦାୟିତ୍ୱ ତୁଳାଇଥିଲେ । ଆଜିର ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ୍ରେ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଓ ସାଂସଦ ପ୍ରତିନିଧି ଦିନେଶ ଶର୍ମା ଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ ପ୍ରଶାନ୍ତ ବାରିକ ଓ ଅରୁଣ ହୋତା ଯୋଗ ଦେଇଥିଲେ । ଆଜିର ଉଭୟ ମ୍ୟାଚ୍କୁ ଓସିଏ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ସମୀର ପାଣିଗ୍ରାହୀ ପରିଚାଳନା କରିଥିବେ । ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ମ୍ୟାଚ୍ରେ ବିସିଏଲ୍ ସଭାପତି ସନ୍ତୋଷ ଆନନ୍ଦ ମିଶ୍ର, ସଂପାଦକ ବିକ୍ରମ ପାତ୍ର ତଥା ବିସିଏଲ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।