
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନଠାରେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ମହିଳା ସଦସ୍ୟାମାନଙ୍କ ଦ୍ୱାରା ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓ ମହାସଭା ମହିଳାଙ୍କ ମଧ୍ୟରେ ଏକତ୍ରୀକରଣ ତଥା ଭାବ ବିନିମୟ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ମହାସଭାର ବରିଷ୍ଠ ସଦସ୍ୟା ମୀନତି ବିଶ୍ୱାଳଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାସଭାର ଉପସଭାପତି ଉପେନ୍ଦ୍ର କୁମାର ନାୟକ, ରବି ପରିଡ଼ା, ସାଧାରଣ ସମ୍ପାଦକ ଶଶଧର ପାତ୍ର, ମୁଖପାତ୍ର କୁଞ୍ଜବିହାରୀ ରାଉତ, କାର୍ଯ୍ୟକାରୀ ସମ୍ପାଦକ ଜଗନ୍ନାଥ ରାଉତ, ଶିବରାମ ବରାଳ, ଶଶିକାନ୍ତ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ଆଇନଜୀବୀ ଆରତୀ ଚୌଧୁରୀଙ୍କୁ ଆଇନ ପରାମର୍ଶଦାତା ରୂପେ ଚୟନ କରାଯାଇଥିଲା । ପରେ ସମସ୍ତେ ପଖାଳ, ଦହି, ଶାଗ, ବଡ଼ିଚୁରା, ଭେଣ୍ଡି ଭଜା, କଲରା ଭଜା, ଆମ୍ବ ଚଟଣୀ, ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ସଜନା ଛୁଇଁ, ଆଳୁ ଭଜା, ପୋଇ ତରକାରୀ, କାକୁଡ଼ି ଆଦିର ମଜ୍ଜା ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରସ୍ଵତୀ ପରିଡ଼ା, ସ୍ୱପ୍ନାରାଣୀ ଭଞ୍ଜଦେଓ, ପ୍ରମିଳା ରାଉତ, ସସ୍ମିତା ପ୍ରଧାନ, ପ୍ରଭାତୀ ପ୍ରତାପ ସିଂ, ତପସ୍ୱିନୀ ନାୟକ, ମଧୁସ୍ମିତା ପାତ୍ର, ଜ୍ୟୋତି, ବ୍ରତତୀ ପ୍ରଧାନ, ବାସନ୍ତୀ ଜେନା, ସରିତା ନାୟକ, ପ୍ରଭାତୀ ଧଳ, ଜୟନ୍ତୀ ଦାସ, ନମିତା ରାଉତ, ନିତାଞ୍ଜଳୀ ପରିଡ଼ା, ରୀତାବାଳା ସାମଲ, ସୁପ୍ରଭା ସୁବୁଦ୍ଧି, ଲୀନା ବିଶ୍ୱାଳ, ଚନ୍ଦ୍ରପ୍ରଭା ବିଶୋଇ, ପ୍ରତିଭା ଚମ୍ପତ୍ତି, ପୁଷ୍ପଲତା ସାହୁ, ଗାୟତ୍ରୀ ରାଉତ, ଶାନ୍ତିଲତା ବେହେରା, ସ୍ୱର୍ଣ୍ଣପ୍ରଭା ବାରିକ, ବିଷ୍ଣୁପ୍ରିୟା ନାୟକ, ଉମା ନାୟକ, ସୁପ୍ରିୟା ଜେନା, ରାଜଲକ୍ଷ୍ମୀ ଦାସ, ଦିପ୍ତି ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆବାହିକା ଶ୍ରୀମତୀ ବିଶ୍ୱାଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।