ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ସ୍କୁଲର ୨୨ତମ ସ୍ଥାପନା ଦିବସ ଅତି ସୁନ୍ଦର ଭାବରେ ଜୁନିଅର ୱିଙ୍ଗସ ସର୍ଗିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ଓମ ଭ୍ୟାଲି ସ୍କୁଲର ପ୍ରତିଷ୍ଠାତା ଲାୟନ ଦୀପକ କୁମାର ସାହୁ, ସ୍କୁଲର ଭାଇସ ଚେୟାର ପର୍ସନ ଶ୍ରୀମତୀ ସଙ୍ଗୀତା ସାହୁ, ଟ୍ରଷ୍ଟି ଆୟୁଷ ସାହୁ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାଶ, ସ୍କୁଲର ବୋର୍ଡ଼ ଅଫ୍ ଡାଇରେକ୍ଟରରେ ଥିବା ପ୍ରେମ ଜୈନ, ଡ. ମୋହନ ଲାଲ ଜୈନ, ଚାଟାର୍ଡ ଆକାଉଣ୍ଟାଣ୍ଟ ରାକେଶ ଜୈନ, ଆଇନଜୀବୀ ପ୍ରଦୀପ ମହାନ୍ତି, ଲାୟନ୍ସ କ୍ଲବ ସଭାପତି ସଞ୍ଜୟ ସୋନି, କୋଷାଧ୍ୟକ୍ଷ ବିନୟ ଜୈନ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥିଙ୍କୁ ଟିକା ଚନ୍ଦନ ଲଗାଇ ସ୍ଵାଗତ ଜଣାଇଥିଲେ ସ୍କୁଲର ଶିକ୍ଷୟିତ୍ରୀମାନେ । ତାପରେ ଏନ୍ସିସି କ୍ୟାଡେଟ୍ମାନେ ପ୍ୟାରେଡ କରି ଅତିଥିଙ୍କୁ ମଞ୍ଚ ସ୍ଥଳକୁ ପାଛୋଟି ନେଇଥିଲେ । ଏହାପରେ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଭୂ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ମୂର୍ତ୍ତିରେ ପୂଜାର୍ଚ୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ସୋମବୀର ପରମାଣିକ ଏବଂ ନୁପ୍ଶା ରାଣୀ ବେହେରା । ଓମ ଭ୍ୟାଲି ସ୍କୁଲର ପ୍ରିନ୍ସିପାଲ ଏନ୍ ନାଗା ମାଲେଶ୍ୱର ରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଜିର ଦିନ ଯାହାକି ସ୍କୁଲ ପ୍ରତିଷ୍ଠାତା ଲାୟନ ଦୀପକ କୁମାର ସାହୁଙ୍କ ଜନ୍ମଦିନ ଥିବାରୁ ଜନ୍ମଦିନର କେକ୍ କାଟି ଏହି ଦିବସକୁ ପାଳନ କରାଯାଇଥିଲା । ଆସିଥିବା ଅତିଥି ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୀପକ ସାହୁଙ୍କୁ ଫୁଲତୋଡ଼ା ଦେଇ ଶୁଭେଛା ଜଣାଇଥିଲେ । ସ୍ଥାପନା ଦିବସରେ ଓମ ଭ୍ୟାଲି ସ୍କୁଲର ଏନଥମ ସଙ୍ଗୀତ ଲୋକାର୍ପିତ ସହ ପରିବେଷଣ କରାଯାଇଥିଲା । ଏହାପରେ ସ୍କୁଲ ପ୍ରତିଷ୍ଠାତା ଲାୟନ୍ ଦୀପକ ସାହୁ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି ମୁଖ୍ୟ ଅତିଥି ଏସ୍ଡିପିଓ ଶ୍ରୀ ପ୍ରଧାନୀ ଓମ ଭ୍ୟାଲିର ପ୍ରତିଷ୍ଠାତା ଦୀପକ ସାହୁଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସ୍କୁଲର ଉତ୍ତୋରତ୍ତର କାମନା କରିଥିଲେ । ଏହାପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତି ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଦିବସକୁ ପାଳନ କରିବାରେ ସ୍କୁଲର ଜୁନିଅର ୱିଙ୍ଗସର କୋର୍ଡିନେଟର ଶ୍ରୀମତୀ ନିଶି ବେରୀ, ସମସ୍ତ ଶିକ୍ଷକ ଶିକ୍ଷୟତତ୍ରୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।