ବିଶ୍ୱ ଜଳ ଦିବସରେ ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ରିଜର୍ଭ ଫରେଷ୍ଟର କୁଲିପାଲି ଜଙ୍ଗଲ ପରିଧି ଅଞ୍ଚଳରେ ଗଛ ଓ ଶାଖା ମାନଙ୍କରେ ଓ ଗଛ ତଳେ ପଶୁ ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କରିଛନ୍ତି ପ୍ରକୃତି ପ୍ରେମୀ ଶିକ୍ଷକ ବିକ୍ରମ କୁମାର ନନ୍ଦ । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଶ୍ୱ ଜଳ ଦିବସ ଅବସରରେ ପଶୁ ପକ୍ଷୀଙ୍କ ପାଇଁ ଏହିପରି ବ୍ୟବସ୍ଥା କରାଯାଇଛି । ପାଖାପାଖି ୧୦୦ଟି ଗଛ ଶାଖାରେ ଓ କିଛି ଗଛ ତଳେ ପାଣିପୂର୍ଣ୍ଣ ମାଠିଆ ରଖାଯାଇଛି । କୁଲିପଲି ଗ୍ରାମର ସ୍ଵେଚ୍ଛାସେବୀ ବିକାଶ ରଥ, ବ୍ୟାସଦେବ ନନ୍ଦ, ମଧୁସୂଦନ ରଥ, ପ୍ରଶାନ୍ତ ପଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.