ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ଦ୍ଵିତୀୟ ଦିବସରେ ବେଦ ଆବାହନ, ଯଜ୍ଞ ଆହୁତି, ବିଚାର ଗୋଷ୍ଠି, ଦେବ ଦମ୍ପତି ସମ୍ମିଳନୀ ଓ ଦୀପ ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋଜକ ଶାନ୍ତନୁ ପାତ୍ର, ଗାୟତ୍ରୀ ମହାଯଜ୍ଞର ସଭାପତି ଉମାକାନ୍ତ ପୁଟେଲ, କୋଷାଧ୍ୟକ୍ଷ ସୁବାସ ସାହୁ ଓ ଆସ ଗଢ଼ିବା ସଂସ୍କାରବାନ ହେବା ପିଢ଼ିର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ସାହୁ ସହଯୋଗ କରି ଯଜ୍ଞକୁ ଆଗେଇ ନେଉ ଥିବାବେଳେ କମିଟିର ଅନ୍ତର୍ଯ୍ରାମୀ ଭୋଇ, ଶାନ୍ତନୁ ପାତ୍ର, ଅରୁଣ ପାତ୍ର, ଭକ୍ତ ରାମ ସାହୁ, ପାଣ୍ଡବ ପୁଟେଲ, ବୀରସେନ ସାହୁ, ବିଚିତ୍ରାନନ୍ଦ ପାତ୍ର, ଛବିଳ ବଗର୍ତ୍ତି, ଦିପାଞ୍ଜଳି ଭୋଇ, ନଳିନୀ ତ୍ରିପାଠୀ ପ୍ରମୁଖ ସହଯୋଗ କରୁଛନ୍ତି । ଏହି ଅବସରରେ ଆଖପାଖ ୧୦ରୁ ଅଧିକ ଗ୍ରାମର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏହା ବ୍ୟତୀତ ୫୦୦୦ ଦୀପ ପ୍ରଜ୍ଵଳନ କରାଯିବ ବୋଲି କମିଟି ସୂତ୍ରରୁ ପ୍ରକାଶ । ଏହି କାର୍ଯ୍ୟକ୍ରମରେ ପଣ୍ଡିତମାନେ ବିଭିନ୍ନ ବେଦ ଉପରେ ଆଲୋଚନା କରିଥିଲେ ।