ଚନ୍ଦନଭାଟି ଗ୍ରାମୀଣ ବ୍ୟାଙ୍କ ଏବଂ ଉପ ଡାକଘରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ଚନ୍ଦନଭାଟି ଗ୍ରାମୀଣ ବ୍ୟାଙ୍କ ଏବଂ ଉପ ଡାକଘରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଓଡିଶା ଗ୍ରାମୀଣ ବ୍ୟାଙ୍କରେ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଗୌରୀଶଙ୍କର ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ସେହିପରି ଚନ୍ଦନଭାଟି ଉପ ଡାକଘରରେ ସବ୍ ପୋଷ୍ଟମାଷ୍ଟର ବବିତା ପାଣିଗ୍ରାହୀ ଯୋଗଦେଇ ପତାକା ଉତ୍ତୋଳନ କରି ମାଟିର ମହାପୁରୁଷମାନେ ବଳିଦାନ ଦେଇଥିବା କଥା କହିଥିଲେ । ଏହି ଅବସରରେ ଡାକ କର୍ମଚାରୀ ସୁବାସ ଚନ୍ଦ୍ର ହୋତା, ବସୁଦେବ ନାଗ ଏବଂ ବଳରାମ ଥନାପତି, କବି ରାଜେଶ ଦଣ୍ଡସେନା, ସମାଜସେବୀ ବିବେକାନନ୍ଦ ପୁରୋହିତ, ଟୁନୁ ମେହେର, ନୁଆଖାଉ ବେହେରା, ଲମ୍ବୋଦର ସା, ରାଧେଶ୍ୟାମ ମେହେର, ବିଜେନ୍ଦ୍ର ସେନାପତି, ଶମ୍ଭୁପ୍ରସାଦ ମେହେର, ଯୁଧିଷ୍ଠିର ଖମାରୀ ପ୍ରମୁଖ ଉପସ୍ଥିତ ରହି ଭାରତମାତାର ଜୟଗାନ କରିଥିଲେ ।

Leave A Reply

Your email address will not be published.