ନୃସିଂହନାଥ ଲାୟନ୍ସ କ୍ଲବର ସାଧାରଣତନ୍ତ୍ର ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୭ତମ ସାଧାରଣତନ୍ତ୍ର ଦିବସ ଲାୟନ୍ସ କ୍ଲବ ପାଇକମାଲ ନୃସିଂହନାଥ ଦ୍ୱାରା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଲାୟନ୍ସ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ନୃସିଂହ ଅଟୋ କେୟାର ଠାରେ କ୍ଲବ ସଭାପତି ଲାୟନ ଡ଼. ଲମ୍ବୋଦର ପଣ୍ଡାଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା । ତତ୍ପରେ ଲାୟନ୍ସ କ୍ଲବ ଦ୍ୱାରା ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରାଯାଇଥିବା ଶକ୍ତିନଗର ପ୍ରାଥମିକ ବିଦ୍ୟାଳୟ ଠାରେ ପତାକା ଉତ୍ତୋଳନରେ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଏନ୍ଫୋଲଡ଼ ନସିଂ ଟ୍ରେନିଂ ସେଣ୍ଟର ଦ୍ୱାରା ନିମନ୍‌ନ୍ତ୍‌ନ୍ତ୍ରିତ ହୋଇ ମିଳତ ଭାବରେ ଲାୟନ ଗୋବର୍ଦ୍ଧନ ଅଗ୍ରୱାଲ ଓ ଲାୟନ୍ସ ଜନାର୍ଦନ ପଣ୍ଡାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ପରିଶେଷରେ ସୁମିତ ଅଗ୍ରୱାଲଙ୍କ ଦ୍ଵାରା ନିମନ୍ତ୍ରିତ ହୋଇ ସାଧାରଣତନ୍ତ୍ର ଦିବସ ପାଳନରେ ଅଂଶ ଗ୍ରହଣ କରି ଲାୟନ୍ସ ଗୋବର୍ଦ୍ଧନ ଅଗ୍ରୱାଲ ପତାକା ଉତ୍ତୋଳନ କରିଥିଲେ । କ୍ରସର ମାଲିକ ସୁମିତ ଅଗ୍ରୱାଲ ମିଠାନ୍ନ ବଣ୍ଟନ କରି ଆପ୍ୟାୟିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଲାୟନ ଗୋବର୍ଦ୍ଧନ ଅଗ୍ରୱାଲ, ଜନାର୍ଦନ ପଣ୍ଡା, ଲମ୍ବୋଦର ପଣ୍ଡା, ଆନନ୍ଦ ଅଗ୍ରୱାଲ, ରାଜୀବ ଲୋଚନ ପଟ୍ଟନାୟକ, ଅଶୋକ ତାୟଲ, ମୁକେଶ ଅଗ୍ରୱାଲ, ମୀନ କେତନ ବେହେରା, ଆଲୋକ ମିଶ୍ର, ସୁନ୍ଦରମଣି ନାୟକ, ଶ୍ୟାମଲାଲ ପଧାନ, କୀର୍ତନ ସୋନି ତଥା ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରି ଆଜିର କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Leave A Reply

Your email address will not be published.