oom

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଓଡିଶା ଦିବସ : ସାହିତ୍ୟିକ ଓ ସାମ୍ବାଦିକ ସମ୍ବର୍ଦ୍ଧିତ

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱାରା ସୋମବାର ଦିନ ଓଡିଶା ଦିବସ ବିଦ୍ୟାଳୟର କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ର, ଗୁରୁମା, ଗୁରୁଜୀ ଏବଂ ଅଭିଭାବିକା ଅଭିଭାବକଙ୍କ ସହଯୋଗରେ ବିଦ୍ୟାଳୟର ପରିଚାଳନା କମିଟି ମହା ଆଡମ୍ବରରେ ପାଳନ କରିଛି । ଏହି ଅବସରରେ ବିଦ୍ୟାଳୟର ପରିଚାଳନା ଅଧ୍ୟକ୍ଷ କୁଞ୍ଜ ବିହାରି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଛି । ସଭା ପ୍ରାରମ୍ଭରେ ବାକ୍‌ଦେବୀ ସରସ୍ୱତୀଙ୍କ ତୈଳଚିତ୍ରରେ ପୂଜା ଅର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ କଣ୍ଟାବାଞ୍ଜି କେ. ଭି. କଲେର ପିଜି ଓଡିଆ ବିଭାଗ ମୁଖ୍ୟ ଡ. ସଂଜୟ କୁମାର ମିଶ୍ର (ମୁଖ୍ୟ ଅତିଥୀ) ପ୍ରମୋଦ କୁମାର ମେହେର (ମୁଖ୍ୟ ବକ୍ତା) ସମ୍ପାଦକ ଯୁବରାଜ ମେହେର, ଶଙ୍କୁଲ ପ୍ରମୁଖ ରାମଚନ୍ଦ୍ର ସାହୁ, ଉପସଭାନେତ୍ରୀ ଶ୍ରୀମତୀ ସୁଷମା ମହାନନ୍ଦ, ସଭ୍ୟା ବିମଲା ନାଗ, ସଭ୍ୟ କୈଲାଶ ଦିପ, ନରେନ୍ଦ୍ର ସୁନା ସହ ପ୍ରଧାନଚାର୍ଯ୍ୟ ତେଜ କୁମାର ସାହୁ ମଂଚାଶିନ ଥିଲେ । ଓଡିଶା ଦିବସ ପାଳନ ଅବସରରେ ଅତିଥୀମାନଙ୍କ ଦ୍ୱାରା ଦିବସର ମହତ୍ୱ ଉପରେ କହିବା ସହିତ ଓଡିଶା ପ୍ରଦେଶ ଗଠନ ଉପରେ ନିଜ ନିଜ ମତ ରଖିଥିଲେ । ସଭା ପରେ ସାହିତ୍ୟିକ ରାମଚନ୍ଦ୍ର ସାହୁ, ସାମ୍ବାଦିକ ଗୁରୁଦୟାଲ ହଂସ ଓ ପୁଷ୍ପକେତୁ ବେହେରାଙ୍କୁ ଫୁଲ ତୋଡା ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା କାର୍ଯ୍ୟ ପରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.