ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଦ୍ୱାରା ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମଂଚର ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ଆବାହକତ୍ୱରେ ସଭାପତି ପ୍ରଭାକର ମିଶ୍ର, ଉପ-ସଭାପତି ଅଶୋକ କୁମାର ଚାନ୍ଦ, ସଂପାଦକ କପିଳେଶ୍ୱର ଖମାରୀ, କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର ଓ ସଭ୍ୟ ମଥାମଣି ପଣ୍ଡା, ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବରିଷ୍ଠ ସଭ୍ୟ ଇଂ. ଅମର ସିଂ ମେହେର ପତକା ଉତ୍ତୋଳନ କରି ତାଙ୍କ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଉପସଭାପତି ଇଂ. ହରେକୃଷ୍ଣ ମେହେର, ପୂର୍ବତନ ଉପସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ ଏବଂ ପୂର୍ବତନ ସଂପାଦକ ମନୋରଂଜନ ମିଶ୍ର ନିଜର ବକ୍ତବ୍ୟ ସହ ଶତାଧିକ ସଦସ୍ୟଙ୍କ ଉପସ୍ଥିତିରେ ଉଦ୍ବୋଧନ ଦେଇଥିଲେ ।