ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରି ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସଂଜୀବ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟା ମନ୍ଦିର ପରିସରରେ ସଭାପତି ପୃଥିରାଜ ସାହୁ ପତାକା ଉତ୍ତୋଳନ କରି ପ୍ୟାରେଡ୍‌ରେ ଅଭିଭାଦନ ଗ୍ରହଣ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ଭକ୍ତଚରଣ ସାହୁ ସ୍ଵାଧୀନ ଭାରତର ନାଗରିକର କର୍ତ୍ତବ୍ୟ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଦଣ୍ଡସେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ତରଣୀ ସେନ୍ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପଦ୍ମପୁର ଉପଖଣ୍ଡ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ ଶିଶୁ ବିଦ୍ୟାମନ୍ଦିରର ୩୩ ଜଣ ଓ ଦୁଇଜଣ ଚମ୍ପିୟାନ ପୁରସ୍କୃତ ହୋଇଥିଲେ ଓ ମିଳିତ ପ୍ୟାରେଡରେ ଜୁନିଅର ରେଡକ୍ରସ ଦଳ, ସିନିୟର୍ ଭାଇ ଦଳ, ଜୁନିଅର ଭଉଣୀ ଦଳ ଓ ସବ୍ ଜୁନିଅର ଭାଇ ଦଳ ବିଜୟୀ ହୋଇ ଟ୍ରଫି ଗ୍ରହଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.