ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଓଡିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଂଗଠନ ଭୂମିକାର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ସ୍ଵନକ୍ଷତ୍ର ଦିବସ ବନକେଡ଼ାଠାରେ ପାଳିତ ହୋଇଯାଇଛି । ଭୂମିକାର ସଭାପତି ବୀରେନ୍ଦ୍ର ବନଛୋର ସମସ୍ତ ସଭ୍ୟଙ୍କୁ ସ୍ୱାଗତ ସହ ଶୁଭେଚ୍ଛା ଜଣାଇ ସଭାରମ୍ଭ କରିଥିଲେ । ସମ୍ପାଦକ ଜିତେନ୍ଦ୍ରିୟ ତ୍ରିପାଠୀ ବିଗତ ବର୍ଷ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ଓ କୋଷାଧକ୍ଷ ରଶ୍ମି ରଞ୍ଜନ ବକ୍ସି ଆୟବ୍ୟୟ ବିବରଣୀ ପାଠ କରିଥିଲେ । ସମସ୍ତ ସଭ୍ୟ ବିଗତ ବର୍ଷର କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଆଗାମୀ ବର୍ଷ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି । ଦ୍ଵିତୀୟ ଅଧିବେଶନରେ ଆଗାମୀ ବର୍ଷ ପାଇଁ କର୍ମକତ୍ର୍ତ୍ତା ନିର୍ବାଚନ ହୋଇଛି, ସଭାପତି – ଅଖିଳ ଚନ୍ଦ୍ର ହୋତା, ଉପ ସଭାପତି – ନିଗମାନନ୍ଦ ନାଥ, ସମ୍ପାଦକ – ଶକ୍ତି ଦତ୍ତ ମିଶ୍ର, ସହ ସମ୍ପାଦକ – ସୋମ ନାଏକ, କୋଷାଧକ୍ଷ – ବ୍ୟାସଦେବ ନନ୍ଦ, ସଂଯୋଜକ – ଆର୍ତ୍ତତ୍ରାଣ ପାଢ଼ୀ ଓ ଜନସମ୍ପର୍କ ଅଧିକାରୀ ରୂପେ ବୀରେନ୍ଦ୍ର କୁମାର ବନଛୋର ମନୋନୀତ ହୋଇଛନ୍ତି । ବୈଠକରେ ସୋମ ନାଏକ ଧନ୍ୟବାଦ ଅର୍ପଣ କରିଛନ୍ତି ।