- ଓଡିଶା ବନାମ କର୍ଣ୍ଣାଟକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଓଡିଶା ବନାମ କର୍ଣ୍ଣାଟକ ୪ ଦିବସୀୟ କୁଚ୍ ବେହାର ଟ୍ରଫି କ୍ରିକେଟର ଦ୍ୱିତୀୟ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି କର୍ଣ୍ଣାଟକ ଦଳ ଗତ କାଲିର ପ୍ରଥମ ଦିନ ଖେଳରୁ ସଂଗୃହୀତ ୫୦ ରନ୍ ୧ ୱିକେଟରୁ ଖେଳ ଆରମ୍ଭ କରି ଆଜି ଦ୍ୱିତୀୟ ଦିବସର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୪୧୨ ରନ୍ ସଂଗ୍ରହ କରିଛି । ଫଳରେ କର୍ଣ୍ଣାଟକ ଦଳ ୨୪୨ ରନ୍ରେ ଆଗୁଆ ଅଛି । କର୍ଣ୍ଣାଟକ ତରଫରୁ ମଣିକାନ୍ତ ଶିବାନନ୍ଦ ୨୨୭ ରନ୍, ଧ୍ରୁବ କ୍ରିଷ୍ଣନ ୧୦୫ ରନ୍ ଓ ଅନଭେ ଦ୍ରାଭିଡ୍ ୬୨ ରନ୍ କରି ଅପରାଜିତ ଅଛନ୍ତି । ଓଡିଶା ଦଳରୁ ସଫଳ ବୋଲର ଭାବେ ପୀୟୁଷ ମହାନ୍ତି ୨ ଗୋଟି ୱିକେଟ ହାସଲ କରିଛନ୍ତି । ଆସନ୍ତାକାଲି ଖେଳ ଜାରି ରହିବ ବୋଲି ସଂଘ ସୁତ୍ରରୁ ପ୍ରକାଶ । ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ହେମନ୍ତ ବେହେରା, କ୍ରୀଡା ସଂପାଦକ ବିଭୁତି ପଣ୍ଡା, ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ପୁରୋହିତ, ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ପ୍ରଭାତ କୁମାର ମିଶ୍ର, ଓଡିଶା ଟିମ୍ ମ୍ୟାନେଜର ପୃଥ୍ୱୀରାଜ ମିଶ୍ର, ଅରୁଣ କୁମାର ନାୟକ, ସୂର୍ଯ୍ୟ କୁମାର ମିଶ୍ର, ଫୁଟବଲ ସଂପାଦକ ଶରତ ନନ୍ଦ, ଭଲିବଲ ସଂପାଦକ ସଂଗ୍ରାମ ବହିଦାର, ସ୍ୱାଗତ ଶୁଭଙ୍କର ତ୍ରିପାଠି, ରବୀନ୍ଦ୍ର କୁମାର ମିଶ୍ର, ଗୌର ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।