ଟିଟିଲାଗଡ ଲାୟନ୍ସ ଡେନରେ ଅନ୍ତର୍ଜାତୀୟ ଲିଓ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସନ୍ଧ୍ୟାରେ ଲିଓ କ୍ଲବ ସଭାପତି ପ୍ରତ୍ୟୁସ ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ଲାୟନ୍ସ ଡେନ ଠାରେ ଅର୍ନ୍ତଜାତୀୟ ଲିଓ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପିଡିଜି ଯମୁନା ପ୍ରସାଦ ଗୋଏଲ, ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବ ସଭାପତି ସଞ୍ଜୟ ସୋନି ଉପସ୍ଥିତ ଥିଲେ । ପ୍ରଥମେ ଅତିଥିଙ୍କୁ ସ୍ଵାଗତ କରିବା ପରେ ଏହି ଉତ୍ସବକୁ କେକ୍ କାଟି ପାଳନ କରାଯାଇଥିଲା । ଲିଓ ସଦସ୍ୟଙ୍କୁ ଉତ୍ସାହିତ କରିବା ପାଇଁ ଲାୟନ୍ସ କ୍ଲବର ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ ଜୈନ, କ୍ଲବର ବରିଷ୍ଠ ସଦସ୍ୟ ଈଶ୍ୱର ଜୈନ, ରତ୍ନାକର ସାହୁ, ଶମ୍ଭୁ ପ୍ରସାଦ ଗୋଏଲ, ଲିଙ୍ଗରାଜ ସାହୁ, ଅଜିତ ପାତ୍ର, ସନ୍ତୋଷ ମହାନ୍ତି, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଗଙ୍ଗାଧର ଶର୍ମା, ଦୀପକ ପୃଷ୍ଟି,ଶ୍ରୀକାନ୍ତ ଅଗ୍ରୱାଲ, ସଜ୍ଜନ କମାନି, ଖିରସିନ୍ଧୁ ଦରଜୀ, ରଜତ ଦରଜୀ, ଶ୍ରୀରାମ ଅଗ୍ରୱାଲ, ଜଗଦୀଶ କମାନି, ଉମେଶ ଅଗ୍ରୱାଲ, ନିରୋଜ ପଟ୍ଟନାୟକ, ଅଙ୍କିତ ଲାଠ, ଅମନ ଶର୍ମା, ମହିଳା ସଦସ୍ୟା ଶ୍ରୀମତୀ ବିନ୍ଦୁ ସାହୁ, ଜୁଲି ସାହୁ, ମୀନାକ୍ଷୀ ସାହୁ, ଗୀତାଞ୍ଜଳି ମହାରଣା, ଶିଳ୍ପାଞ୍ଜଳି ନାମଦେବ, ବବିତା ଶର୍ମା ପ୍ରମୁଖ ଥିଲେ । ଏହି ଅବସରରେ ଲାୟନ୍ ନିରୋଜ୍ ପଟ୍ଟନାୟକ, ପଙ୍କଜ ନାମଦେବ, ଶ୍ରୀମତୀ ବବିତା ଶର୍ମା କରାଓକେ ମ୍ୟୁଜିକରେ ସଂଗୀତ ପରିବେଷଣ କରିଥିଲେ । ଏହି ଉତ୍ସବକୁ ସଫଳ କରାଇବାରେ ଲିଓ କ୍ଲବ ସମ୍ପାଦକ ରୋସନ ଖମାରୀ, ଲାୟନ ଅଙ୍କିତ ଗୁପ୍ତା, କୋଷାଧ୍ୟକ୍ଷ ସୁଭୋଯିତ ସାମନ୍ତ, ଲିଓ ଏମ୍ ଡି ରିହାନ, ଶ୍ରୀତମ ସାହୁ, ଶଙ୍କର ପ୍ରଧାନ, ହର୍ଷ ସୋନି, ସୁଶିଲ ଗୋଏଲ, ନିରୋଜ ସାହୁ, ଶତ୍ରୁଘ୍ନ ନାଏକ ସାମିଲ ହୋଇଥିଲେ ।

Leave A Reply

Your email address will not be published.