ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଏଡସ୍ ଦିବସ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଉଦୁ ଏଡସ୍ ରୋଗର ଭୟାବହତା ଓ ତାର ନିରାକରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ନୃସିଂହନାଥ ରେଞ୍ଜର ନିହାର ରଞ୍ଜନ ସୁତାର ଏବଂ ମିଠାପାଲି ଗୋପାଳ ଚନ୍ଦ୍ର ସାଏ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ । ଏହି ସମ୍ବନ୍ଧୀୟ ପ୍ରବନ୍ଧ ତଥା କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଯୁବ ରେଡକ୍ରସ ଓ ଏନ୍ଏସ୍ଏସ୍ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପାଇକମାଲ ଆଇଆଇସି କୈଳାସ ଚନ୍ଦ୍ର ପ୍ରଧାନ ତଥା ବିଡ଼ିଓ ପ୍ରଫୁଲ୍ଲ କୁମାର ଉଦୁ ରକ୍ତଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶିବିରରେ ସମୁଦାୟ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରକୁ ସଫଳ କରିବାରେ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ସହଯୋଗ କରିଥିଲେ ।