oum

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

jsm

ଫୁଲବାଣୀ : ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ କଡା ସୁରକ୍ଷା ମଧ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଓଡ଼ିଶାର ଶ୍ରମ, ବୀମା ଏବଂ ନିଯୁକ୍ତି ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସ୍‌ପି ଶୁଭେନ୍ଦୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପୁଲିସ ବ୍ୟାଣ୍ଡ ତାଳରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାର୍ଚ୍ଚ ପାଷ୍ଟ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାରେ ଅନେକ ପ୍ରାକୃତିକ ସମ୍ପଦ ସହିତ ପ୍ରାକୃତିକ ପରିବେଶ ଭରି ରହିଛି । ଏଥିପାଇଁ ଓଡିଶାରେ କନ୍ଧମାଳର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ମନ୍ତ୍ରୀ ଶ୍ରୀକାନ୍ତ ସାହୁ ତାଙ୍କ ଉଦ୍‌ବୋଧନରେ କହିଥିଲେ । ଏଥିସହ ସମ୍ବିଧାନ ଓ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ପ୍ରତ୍ୟେକ ନାଗରିକ ଉଦ୍ୟମ କରିବା ଆବଶ୍ୟକ ରହିଛି ବୋଲି କହିଥିଲେ ମନ୍ତ୍ରୀ । ଗଣତନ୍ତ୍ର ଦିବସ ଉପଲକ୍ଷେ ସକାଳେ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଳାଶ୍ରମରେ ଅନ୍ତେବାସୀମାନଙ୍କୁ ମନ୍ତ୍ରୀ ଫଳ ବଣ୍ଟନ କରିଥିଲେ ।

Leave A Reply

Your email address will not be published.