ଜିଲ୍ଲା ସ୍ତରୀୟ ବିଶ୍ଵ ଏଡ୍‌ସ୍‌ ଦିବସ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତାଲିମ ଗୃହଠାରେ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ୧୦ଟା ବେଳେ ଜିଲ୍ଲାପାଳ ଡ଼କ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଏକ ବିଶାଳ ଏଡ଼ସ ସଚେତନତା ଶୋଭାଯାତ୍ରା ଓ ସ୍ୱେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ କଲେଜରୁ ଆସିଥିବା ପାଖାପାଖି ୫୦୦ ଜଣ ଛାତ୍ରଛାତ୍ରୀ, ଆଶା, ଅଙ୍ଗନବାଡି କର୍ମଚାରୀ, ସ୍ୱେଚ୍ଛାସେବୀଙ୍କ ସମେତ ସହରର ଜଣସାଧାରଣ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ସବୁଜ ପତାକା ଦେଖେଇ ଉଭୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରରେ ସଚେତନତା ବାର୍ତା ସହ ଲିଫଲେଟ୍ ବଣ୍ଟନ କରାଯାଇଥିଲା ଏବଂ ବିଜୁ ପଟ୍ଟନାୟକ ଛକରେ ସୁବର୍ଣ୍ଣପୁର ନର୍ସିଂ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ସଚେତନ ପାଇଁ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ଶୋଭାଯାତ୍ରା ପରେ ଜିଲ୍ଲା ତାଲିମ ଗୃହ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରଣୀ ଦାସଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡା. ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ମେଡିକାଲ ଅଫିସର ତଥା ମେଡିକାଲ ଅଧିକ୍ଷକ ଡାକ୍ତର ଦୁର୍ଗା ଦତ୍ତ ଦାସ, ଅତରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମା ଡା. ପଦ୍ମହଂସା ଦୋରା, ଅତରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡା. ତ୍ରିବିକ୍ରମ ପାଣ୍ଡିଆ, ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ମୁଖ୍ୟ ଡାକ୍ତର ମାନସ ରଞ୍ଜନ ଦଣ୍ଡ ପାଟଙ୍କ ସହିତ ଜିଲ୍ଲାର ସମସ୍ତ ନର୍ସିଂ କଲେଜ, ମହିଳା ମହାବିଦ୍ୟାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମସ୍ତ କନ୍ସଲଟାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବୃନ୍ଦାବନ ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପରିଚାଳନା କରିଥିଲେ ଓ ସହପରିଚାଳକ (ଆଶା) ତାରିଣୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସୁଦାମ ପଧାନ, ଜିଲ୍ଲା ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ରର ଜିଲ୍ଲା ପର୍ଯ୍ୟବେକ୍ଷକ ବିଶ୍ୱ ଏଡ଼ସ ଦିବସର ସମସ୍ତ କାର୍ୟ୍ୟକ୍ରକୁ ସଂଯୋଜନା ଓ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ସନ୍ତୋଷ କୁମାର ସାହୁ, ଜ୍ଞାନରଞ୍ଜନ ସାହୁ, ଅନୁପ ରଞ୍ଜନ ଦାଶ, ସୁରେଶ ପ୍ରଧାନ, ମିନାକ୍ଷୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.