ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋମବାର ଦିନ ବିଶ୍ୱ ଏଡ୍ସ୍ ଦିବସ ପାଳିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ ବାଗଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ପ୍ରାଧାପକ ପ୍ରସନ୍ନ ସାହୁ ପୂର୍ବତନ ଯୁବ ରେଡକ୍ରସ୍ କାଉନସିଲର ଏଡ୍ସ୍ ଉପରେ ଅଭିଭାଷଣ ପ୍ରଦାନ କରିବା ସହିତ ଛାତ୍ର, ଛାତ୍ରୀମାନଙ୍କୁ ଏଡ୍ସ୍ ନିୟନ୍ତ୍ରଣ ଉପରେ ପ୍ରଶିକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ପି.ଜି.ଟି. ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ମହାନନ୍ଦ, ଅଧ୍ୟାପିକା ଡଃ. ସନ୍ଧ୍ୟାରାଣୀ ସାହୁ, ଅମିଶା ପୁଟେ, ସାକ୍ଷୀ ଅଗ୍ରୱାଲ ଓ ଅଣଶିକ୍ଷକ କର୍ମଚାରୀ ତଥା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅନୁଷ୍ଠାନର ସମସ୍ତ ଛାତ୍ର,ଛାତ୍ରୀ ଏହି ଅବସରରେ ଗାଁ ପରିକ୍ରମା କରି ଲୋକଙ୍କୁ ଏଡ୍ସ୍ ନିରାକରଣ ବିଷୟରେ ସଚେତନ କରିଥିଲେ । ସଭାଶେଷରେ ଅନୁଷ୍ଠାନର ୟୁଥ ରେଡକ୍ରସ୍ ଅଧିକାରୀ ସନ୍ତୋଷ ଜାନୀ ଅଭିଭାଷଣ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।