
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପାଇଁ ମଙ୍ଗଳବାର ଗାନ୍ଧୀମାର୍ଗରେ ଫୁଲଡ୍ରେସ୍ ରିହର୍ସାଲ୍ ହୋଇଥିବା ଜଣାପଡିଛି । କୋଭିଡ କଟକଣା ପରେ ଏଥର ୪୩ରୁ ଅଧିକ ଟ୍ରୁପ ଭାଗ ନେବେ । ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏଥିସହ ରାଜ୍ୟର ଲୋକକଳା, ପାରମ୍ପାରିକ ବାଦ୍ୟ, ବାଘ ନାଚ, ଘୋଡା ନାଚ ଆଦି ପ୍ରଦର୍ଶନ କରାଯିବ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୟରେ ଗାନ୍ଧୀମାର୍ଗରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ଶହ ଅଧିକାରୀ ନିୟୋଜିତ ହେବେ ବୋଲି ଜଣାପଡିଛି ।