କୁନ୍ତରା ଗ୍ରାମ୍ୟ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଗୋକୁଳ ପାର୍ବତୀ ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଡଃ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ବିରଞ୍ଚିନାରାୟଣ ପଟେଲ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ଗୌରିଶଙ୍କର ପଟେଲ ଓ ଦୁର୍ଯ୍ୟୋଧନ ମେହେର ଯୋଗଦେଇ ମହାବିଦ୍ୟାଳୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାର ସ୍ମୃତିଚାରଣ କରିଥିଲେ । ମୁଖ୍ୟବକ୍ତା ପୂର୍ବତନ ଅଧ୍ୟକ୍ଷ ଗଗନ ଚନ୍ଦ୍ର ପଣ୍ଡାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଶୃଙ୍ଖଳା ଓ ଅଧ୍ୟବସାୟ ବଳରେ ଭବିଷ୍ୟତରେ ନିଜକୁ ସମାଜରେ ଏକ ବଳିଷ୍ଠ ବ୍ୟକ୍ତିତ୍ୱ ଭାବରେ ପ୍ରତିଷ୍ଠିତ କରିପାରିବେ ସେ ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଦୀପିକା ବେହେରା ସଂଯୋଜନା କରିଥିଲେ । ଏଠାରେ‌ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ‌ଅଣଶିକ୍ଷକ କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀ ସକ୍ରୀୟ ଅଂଶ ଗ୍ରହଣ କରିଥିବା ବେଳେ ସଂସ୍କୃତ ଅଧ୍ୟାପକ ତରୁଣ କୁମାର ପୃଷେଠ୍ ‌କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ଵ ଗ୍ରହଣ କରିଥିଲେ । ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ଯୋଗୀନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.