ବୁରୋମୁଣ୍ଡା ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ବୁରୋମୁଣ୍ତା ସରକାରୀ ରାଜ କୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ରାମକୁମାର ପଟେଲ ଏହି ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, କବୀରଙ୍କ ଦୋହା ଆବୃତ୍ତି କରିଥିଲେ । ଶିକ୍ଷକ ସୁବଳ ଠାକୁର ଏକ ସୁନ୍ଦର ହିନ୍ଦୀ ଗୀତ ଗାଇ ଶୁଣାଇଥିଲେ । ୧୫ ଜଣ ଛାତ୍ରଛାତ୍ରୀ ସୁନ୍ଦର ଭାବରେ ହିନ୍ଦୀ ଭାଷାରେ ଗୀତ ଓ ଭାଷଣ ପରିବେଷଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଅର୍ଜୁନ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.