oum

ସିଆଇଟିୟୁର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

jsm
  • ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ, ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ସହିତ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସଂଗ୍ରାମୀ ଶ୍ରମିକ ସଂଗଠନ ଭାରତର ଟ୍ରେଡ୍ ୟୁନିୟନ୍‌ କେନ୍ଦ୍ର (ସିଆଇଟିୟୁ)ର ୫୫ ତମ ପ୍ରତିଷ୍ଠା ଦିବସ ଆଜି ସଂଗଠନର ଜିଲ୍ଲା କାର୍ଯ୍ୟାଳୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ପାଳନ କରାଯାଇଛି । ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ସଂଗଠନର ଲାଲ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲା ଉପସଭାପତି ବସନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ପାଳନ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ଜିଲ୍ଲା ବରିଷ୍ଠ ଉପସଭାପତି ଶ୍ରୀମନ୍ତ ବେହେରା, ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ, ସୁରେନ୍ଦ୍ର ମହାନ୍ତି, ଏନ୍. ଏନ୍ ପାଣିଗ୍ରାହୀ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଅରୁଣ ମହାରଣା, ସଚିନ୍ ରାୟ, ପ୍ରଦୀପ ସେଠୀ, ଯଜ୍ଞେଶ୍ଵର ସାହୁ, ଅକ୍ଷୟ ରାଉତ ବିଦ୍ୟାଧର ନାୟକ, ଜି. କେ ନାୟକ, ଏ. ରାୟ, ହେମନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲା ବେଳେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ମହାନ୍ତି ବକ୍ତବ୍ୟ ରଖି କହିଲେ ଯେ, ଆଜିର ଦିନରେ ସିଆଇଟିୟୁ ୧୯୭୦ ମସିହାରେ ତାର ପ୍ରଥମ ସର୍ବଭାରତୀୟ ସମ୍ମିଳନୀ କଲିକତା ଠାରେ ଅନୁଷ୍ଠିତ କରି ସଂଗଠନ ତାର ପ୍ରତିଷ୍ଠା ଘୋଷଣା କରିଥିଲା । ସଂଗଠନର ପ୍ରଥମ ସର୍ବଭାରତୀୟ ସଭାପତି ନିର୍ବାଚିତ ହୋଇଥିଲେ ଦେଶର ବର୍ଷିୟାନ ଶ୍ରମିକ ନେତା ବି. ଟି ରଣଦିବେ ଓ ସାଧାରଣ ସମ୍ପାଦକ ପି ରାମ ମୂର୍ତ୍ତି । ସେବେଠାରୁ ଆଜି ପର୍ଯ୍ୟନ୍ତ ଲଗାତର ଓ ସାଲିସହୀନ ଭାବେ ସିଆଇଟିୟୁ ଦେଶର ଶ୍ରମିକ ଶ୍ରେଣୀ ସ୍ଵାର୍ଥର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିଆସୁଛି । ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ବିରୋଧରେ ନବେ ଦଶକରେ ଶ୍ରମିକ ଶ୍ରେଣୀ ଉପରେ ଆସିଥିବା ପ୍ରଚଣ୍ଡ ଆକ୍ରମଣ ହେଉ କିମ୍ବା ବର୍ତ୍ତମାନ କେନ୍ଦ୍ରରେ ସରକାରଙ୍କ ସାଂପ୍ରଦାୟିକ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଏବଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ । ଦେଶର ସ୍ୱାଧୀନତା ପୂର୍ବରୁ ଓ ପରେ ଅନେକ ସଂଗ୍ରାମ କରି ଶ୍ରମିକ ଶ୍ରେଣୀ ନିଜ ପାଇଁ ଯେଉଁ ଶ୍ରମ ଆଇନଗୁଡିକୁ କରିପାରି ଥିଲା ଆଜି ମୋଦି ସରକାର ବୃହତ୍ ପୁଂଜିପତି ଓ କର୍ପୋରେଟ ସଂସ୍ଥାମାନଙ୍କ ସ୍ଵାର୍ଥରେ ସେଗୁଡ଼ିକ ପରିବର୍ତ୍ତନ କରି କୋର୍ଡ କରିଦେବା ଫଳରେ ଶ୍ରମିକ ଶ୍ରେଣୀ ସଂପୂର୍ଣ୍ଣ ଭାବେ କ୍ରୀତଦାସରେ ପରିଣତ ହେବେ, ସେମାନଙ୍କ କୌଣସି ଆଇନଗତ ଅଧିକାର ରହିବ ନାହିଁ । ଏହା ବିରୋଧରେ ଦେଶବ୍ୟାପୀ ଶ୍ରମିକ ଓ କୃଷକମାନଙ୍କ ଐକ୍ୟବଦ୍ଧ ଆନ୍ଦୋଳନ ସିଆଇଟିୟୁ ନେତୃତ୍ୱରେ ସଂଗଠିତ ହେଉଥିଲା ବେଳେ ଏହାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରିବା ସହିତ ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆଗାମୀ ଦିନର ଶ୍ରମିକ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.